www.samajalive.in
Saturday, December 6, 2025
14.1 C
Bhubaneswar

ଲଗାଣ ବର୍ଷା; ଦିନକ ପାଇଁ ସ୍କୁଲ ଛୁଟି

ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ଦିନକ ପାଇଁ ଭଦ୍ରକ ଜିଲାର ୪ଟି ବ୍ଲକରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଭଦ୍ରକ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତିହିଡି, ଧାମନଗର, ବାସୁଦେବପୁର, ଚାନ୍ଦବାଲି ବ୍ଲକର ସମସ୍ତ ବିଦ୍ୟାଳୟ ଆଜି ଛୁଟି ଘୋଷଣା କରାଯାଇଛି । ଏହି ସବୁ ସ୍ଥାନରେ ଅତ୍ୟଧିକ ବର୍ଷା ହେଉଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଆଜି ଗୋଟେ ଦିନ ପାଇଁ ବିଦ୍ୟାଳୟ ଗୁଡିକୁ ଛୁଟି ଘୋଷଣା ହୋଇଛି । ଗତ୨ଦିନ ଧରି ଚାନ୍ଦବାଲିର ୪ପଞ୍ଚାୟତରେ ବନ୍ୟାପାଣି ପ୍ରବାହିତ  ହେବା ଫଳରେ ବହୁ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହେବା ସହ ଗାଁ ଦାଣ୍ଡ, ସାହି ଆଦି ସ୍ଥାନ ଵୁଡିଥିଲା। ମଙ୍ଗଳଵାର ଗାଁରୁ ପାଣି କମିଥିଲେ ମଧ୍ୟ ଶହଶହ ଏକର ଚାଷଜମିରେ ଲହଡ଼ି ଭାଙ୍ଗୁଛି ବନ୍ୟାପାଣି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories