www.samajalive.in
Saturday, December 6, 2025
14.1 C
Bhubaneswar

ଭୋଜି ଖାଇ ଫେରୁଥିବାବେଳେ ଓଲଟିଲା ବୋଲେରୋ, ୧୦ ଆହତ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ବାହାଘର ଭୋଜି ଖାଇ ଫେରୁଥିବାବେଳେ ଭାରସାମ୍ୟ ହରାଇ ଏକ ବୋଲେରୋ ଓଲଟି ପଡିଥିବା ସୂଚନା ମିଳିଛି। ଏଥିରେ ପାଖାପାଖି ୧୦ ଜଣ ଆହତ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି।  ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବାସୁଦେବପୁର ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତଙ୍କୁ ଭଦ୍ରକ ପଠାଇ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଚୁଡାମଣି ସାମୁଦ୍ରିକ ଥାନା ଚୁଡାମଣି ଗାଁର ବୁଦ୍ଧିରାମ ବିଶ୍ଵାଳଙ୍କ ଝିଅର ଆଳି ଅଲାବର ଗାଁରେ ବିବାହ ହୋଇଥିଲା। ବିବାହର ଚତୃର୍ଥୀ ଭୋଜି ପାଇଁ ଭାର ଗାଡି ଯାଇଥିଲା। ଆଉ ପରିବାର ସହିତ ସମ୍ପର୍କୀୟ ଲୋକେ  ବୋଲେରୋ ଗାଡ଼ିରେ ବୁଲିବାକୁ ଯାଇଥିଲେ। ଝିଅ ଘରୁ ଭୋଜିଖାଇ ଫେରୁଥିବା ବେଳେ ବେତଡା ବଜାର ନିକଟରେ କୋଣସି କାରଣରୁ ଗାଡିଟି ଦୁର୍ଘଟଣାର ଶିକାର ହୋଇଥିଲା। ରାସ୍ତାର ଡିଭାଇଡରରେ ଗାଡିଟି ପିଟି ହୋଇ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଆହତ ମାନଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପ୍ରାଥମିକ ଚିକତ୍ସା ପରେ କେତେକ ଗୁରୁତର ଆହତଙ୍କୁ ଭଦ୍ରକ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories