www.samajalive.in
Saturday, December 6, 2025
26.1 C
Bhubaneswar

୧୫ଦିନ ହେଲା ଅନ୍ଧାରରେ ଗ୍ରାମବାସୀ, ଗରମରେ ଅସ୍ତବ୍ୟସ୍ତ ଜନଜୀବନ

ଫୁଲବାଣୀ: କଳାହାଣ୍ଡି ଜିଲ୍ଲା ଫୁଲବାଣୀ ବ୍ଲକ ବାଡିସୁଗା ହରିଜନ ସାହି ଗ୍ରାମରେ ୧୫ଦିନ ହେବ ଲୋକେ ଅନ୍ଧାରରେ ଜୀବନ କାଟୁଛନ୍ତି । ଟ୍ରାନ୍ସଫରମର ୧୫ଦିନ ହେବ ପୋଡି ଯାଇଥିବା ବେଳେ ଗ୍ରାମବାସୀ ପ୍ରବଳ ଗରମ ଓ ଗୁଳୁଗୁଳିରେ ବି ବିଦ୍ୟୁତ ସେବାରୁ ବଞ୍ଚିତ ହୋଇଛନ୍ତି । ଗ୍ରାମାବସୀମାନେ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟକୁ ଯାଇ ବାରମ୍ବାର କନିଷ୍ଠ ଯନ୍ତ୍ରୀ ଏବଂ ଏସଡ଼ିପିଓଙ୍କୁ ଅବଗତ କରିଥିଲେ ସୁଦ୍ଧା ନୂତନ ଟ୍ରାନ୍ସଫରମର ବସାଉନଥିବା ଅଭିଯୋଗ ହୋଇଛି । ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏବଂ ଏସଡ଼ିପିଓଙ୍କୁ ଫୋନରେ ଯୋଗାଯୋଗ କରିବାରୁ ଚେଷ୍ଟା କରିଥିଲେ ସୁଦ୍ଧା କେହି ମଧ୍ୟ ଫୋନ ଉଠାଇନଥିଲେ । ଅସହ୍ୟ ଗରମରେ ଲୋକମାନେ ଛଟପଟ ହେଉଥିବା ବେଳେ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories