www.samajalive.in
Thursday, December 11, 2025
14.1 C
Bhubaneswar

ସଂକଟରେ ଆଖଣ୍ଡଳମଣି ସଂସ୍କୃତ ବିଦ୍ୟାପୀଠ

ଆରଡି : ଭଦ୍ରକ ଜିଲା ଆରଡିପୀଠରେ ୧୯୮୪ରେ ସ୍ଥାପନ ହୋଇଥିବା ଆଖଣ୍ଡଳମଣି ସଂସ୍କୃତ ବିଦ୍ୟାପୀଠ ଏବେ ସଂକଟରେ। ଦୀର୍ଘବର୍ଷ ଧରି ବହୁ ବାଧା ବିଘ୍ନରେ ବିଦ୍ୟାପୀଠ ଚାଲିବା ସହ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନଆଚାର୍ଯ୍ୟ ଓ ସହକାରୀ ଆଚାର୍ଯ୍ୟ ପାଠ ପଢାଇବା ସହ ବେଦ ଓ କର୍ମକାଣ୍ଡ ଶିକ୍ଷା ପ୍ରଦାନ କରିଥାନ୍ତି। ବିଶେଷକରି ପୀଠାଧିଶ୍ୱର ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରତିଦିନ ଛାତଛାତ୍ରୀମାନଙ୍କ ଦ୍ୱାରା ସ୍ତବପାଠ ସହିତ ବୈଦିକ କର୍ମକାଣ୍ଡ ଆଦି ମଧ୍ୟ କରାଯାଇଥାଏ। ଏହି ବିଦ୍ୟାପୀଠ ୧୯୯୦/୯୧ମସିହାରେ ସରକାରଙ୍କ ଦ୍ୱାରା ସିକୃତିପ୍ରାପ୍ତ ପରେ ସରକାରଙ୍କ ନିୟମ ଅନୁଯାୟୀ ପାଠପଢା ସହ ବୈଦିକ କର୍ମକାଣ୍ଡ ଆଦି ମଧ୍ୟ ଶିକ୍ଷା ପ୍ରଦାନ କରାଯାଇଥିଲା। ପରେ ୧୯୯୩/୯୪ରେ ସମ୍ପୂର୍ଣ୍ଣ ସିକୃତି ପାଇବା ସହିତ ବିଦ୍ୟାପୀଠ ସରକାରଙ୍କ ନିୟମାନୁଯାୟୀ ପରିଚାଳିତ ହୋଇଥିଲା। ଉକ୍ତ ବିଦ୍ୟାପୀଠରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିଲେ ମଧ୍ୟ ଗୋଟିଏ କୋଠରୀ ମଧ୍ୟରେ ସମସ୍ତ ଶ୍ରେଣୀର ଛାତଛାତ୍ରୀ ଅଧ୍ୟୟନ କରିବା ସହିତ ଅଫିସ୍ କାର୍ଯ୍ୟ ଓ ମଧ୍ୟାହ୍ନ ଭୋଜନ ଚାଲିଛି। ସେହିପରି ବିଦ୍ୟାପୀଠ ପାଇଁ ବାଟ ହୁଡିଛି ସ୍ୱଛ ଭାରତ ମିଶନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଶୈାଚ ପାଇଁ ବାହାରକୁ ଯାଉଛନ୍ତି। ଏପରି ସମସ୍ୟା ଯୋଗୁ ବିଦ୍ୟାପୀଠ ନାନା ଅସୁବିଧାର ସାମ୍ନା କରିବା ସହିତ ବିଦ୍ୟାଳୟରେ ଛାତ୍ରାଛାତ୍ରୀଙ୍କ ଉପସ୍ଥାପନ କମିବାରେ ଲାଗିଛି। ଯାହାକୁ ଆଳ କରି ରାଜ୍ୟ ସରକାର ବର୍ଷବର୍ଷ ଧରି ଚାଲିଥିବା ସଂସ୍କୃତ ବିଦ୍ୟାପୀଠ ଗୁଡିକୁ ଚିଠି ନଂ ୭୩୧/୧୯ରେ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ବିଦ୍ୟାପୀଠରେ ଅଧ୍ୟୟନ କରିଥିବା ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନିନ୍ଦା କରିବା ସହିତ ପୁର୍ନବିଚାର ପାଇଁ ଦାବି କରିଛନ୍ତି। ଉକ୍ତ ବିଦ୍ୟାପୀଠ ସରକାରଙ୍କ ସିକୃତିପ୍ରାପ୍ତ ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ନମିଳିବା, ପ୍ରତି ଶ୍ରେଣୀ ପ୍ରତି କୋଠରୀ ନଥିବାରୁ ପାଠପଢାରେ ନାନା ଅସୁବିଧା ଦେଖାଦେବା, ଶୈାଚ ପାଇଁ ପାଇଖାନା ବ୍ୟବସ୍ଥା କରାଯିବା ଆଦି ଦିଗରେ ଯଦି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଆନ୍ତା ତାହାଲେ ଉକ୍ତ ବିଦ୍ୟାପୀଠରେ ଛାତଛାତ୍ରୀମାନଙ୍କର ଉପସ୍ଥାପନା ବଢି ପାରିବ ବୋଲି ସ୍ଥାନୀୟ ବୁଦ୍ଧିଜିବୀମାନେ ପ୍ରକାଶ କରିଛନ୍ତି। ବିଶେଷକରି ଆରଡିପୀଠ ରାଜ୍ୟର ଏକ ପ୍ରମୁଖ ଶୈବକ୍ଷେତ୍ର ହୋଇଥିବାରୁ ବହୁ ଛାତ୍ରଛାତ୍ରୀ ବେଦ ଓ କର୍ମକାଣ୍ଡ ଶିକ୍ଷାଲାଭ କରିଥାନ୍ତି। ଯଦି ଏହି ସଂସ୍କୃତ ବିଦ୍ୟାପୀଠକୁ ବନ୍ଦ କରାଯାଏ ତାହାଲେ ଶହଶହ ବର୍ଷର ବେଦ-କର୍ମକାଣ୍ଡ ଶିକ୍ଷା ଅନ୍ଧାରକୁ ଠେଲି ହୋଇଯିବ ବୋଲି ପୁରୁଖା ଲୋକମାନେ ପ୍ରକାଶ କରିଛନ୍ତି।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories