www.samajalive.in
Wednesday, December 10, 2025
26.1 C
Bhubaneswar

ଉତ୍ତରକାଶୀରେ ଭୂମିକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀ ସହରରେ ଗୁରୁବାର ୨ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ପ୍ରଥମ ଝଟକା ସକାଳ ୧୧ଟା ୨୩ ମିନିଟ୍‍ରେ ଅନୁଭୂତ ହୋଇଥିଲା। ରିଆକ୍ଟର ସ୍କେଲରେ ଏହାର ତୀବ୍ରତା ୨.୮ ରେକର୍ଡ କରାଯାଇଛି। ପ୍ରାୟ ଅଧ ଘଣ୍ଟା ପରେ ଦିନ ୧୧ଟା ୫୮ ମିନିଟ୍‍ରେ ଦ୍ୱିତୀୟ ଝଟକା ଅନୁଭୂତ ହୋଇଥିଲା। ରିଆକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଡୁଣ୍ଡାଠାରେ ଭୂଗର୍ଭର ୫ କିଲୋମିଟର ତଳେ ଥିବା ଚିହ୍ନଟ କରାଯାଇଛି।
ଜିଲାପାଳ ଆଶିଷ ଚୌହାନଙ୍କ କହିବା ଅନୁସାରେ ସବୁ ତହସିଲରୁ କ୍ଷୟକ୍ଷତିର ରିପୋର୍ଟ ମଗାଯାଇଛି। ତେବେ ଏଥିରେ କାହାର ମୃତାହତ ହେବାର ସୂଚନା ମିଳିନାହିଁ। ତେବେ ଉଦ୍ଧାରକାରୀ ଦଳ, ଆଇଆରଏସ୍‍ର ଅଧିକାରୀ, ଜିଲାରେ ସମସ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ କୁହାଯାଇଛି। ଆମ୍ବୁଲାନ୍ସକୁ ସକ୍ରିୟ ରଖିବାକୁ ନିର୍ଦେଶ ଦିଆଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories