ଭଦ୍ରକ : ପୁଣି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ଛାତ୍ରୀ ଜଣକ ଯୁକ୍ତ ୩ରେ ପାଠ ପଢୁଥିବା ବେଳେ ଏକ ଘରୋଇ ମେସ୍ର ବାଥ୍ରୁମ୍ରୁ ତାଙ୍କର ମୃତଦେହ ଜବତ ହୋଇଛି । ସେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ରାଖି ପାଇଁ ଘରକୁ ଯାଇ ଗତକାଲି ଭଦ୍ରକ ଫେରିଥିଲେ । ସେ ବାସୁଦେବପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ଟାଉନ୍ ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।ସେ ଗତ ଏକ ମାସ ହେଲା ଘରୋଇ ମେସରେ ରହି ଭଦ୍ରକ କଲେଜରେ କ୍ଲାସ କରୁଥିଲେ। ଆଜି ମଧ୍ୟାହ୍ନ ସମୟରେ ବାଥରୁମ ଭିତରେ ଆତ୍ମାହତ୍ୟା କରିଥିବା କୁହାଯାଇଛି। ମେସରେ ଥିବା ଛାତ୍ରୀମାନେ ମେସ ମାଲିକଙ୍କୁ ଖବର ଦେବା ପରେ ମେସ ମାଲିକ ପୁଲିସକୁ ଖବର ଦେଇଥିଲେ। ଭଦ୍ରକ ଟାଉନ ପୁଲିସ ଏବଂ ନିଜେ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଖବର ପାଇ ମୃତ ଛାତ୍ରୀଙ୍କ ବାପା ଓ ମାଆ ପହଞ୍ଚିଛନ୍ତି। ପୁଲିସ ସେମାନଙ୍କୁ ପଚରାଉଚୁରା କରିବା ସହିତ ଲେଡିସ ମେସରେ ଥିବା ଅନ୍ୟ ଛାତ୍ରୀମାନଙ୍କୁ ଘଟଣା ସମ୍ପର୍କରେ ପଚାରିଛନ୍ତି। ମେସରେ ଲାଗିଥିବା ସିସିଟିଭି ମଧ୍ୟ ଯାଞ୍ଚ କରିଛନ୍ତି।
Popular Categories



