www.samajalive.in
Saturday, December 6, 2025
14.1 C
Bhubaneswar

ଶ୍ଵଶୁରଙ୍କ ପାଇଁ ଡାକ୍ତର ଜ୍ବାଇଁଙ୍କ ଘରେ ପଶିଲା ଭିଜିଲାନ୍ସ

ଭବାନୀପାଟଣା: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଆଜି ଭିଜିଲାନ୍ସ ଚଢାଉ ଚାଲିଛି। ସେହି କ୍ରମରେ ଆଜି ଶତପଥୀଙ୍କ କଳାହାଣ୍ଡିରେ ଥିବା ଜ୍ବାଇଁଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ ଚାଲିଛି।

ଦେଢ ବର୍ଷ ପରେ କେତୁ ଚଳନ: ଏହି ରାଶି ହେବେ ମାଲାମାଲ୍‌, ବଢିବ ଦରମା, କିଣିବେ ନୂଆ ଘର, ଗାଡି..

- Advertisement -

ଶତପଥୀଙ୍କ କଳାହାଣ୍ଡିରେ ଥିବା ଜ୍ବାଇଁ ତଥା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ ତପନ କୁମାର ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ଚଢାଉ ଚାଲିଛି। ପ୍ରାଥମିକ ଭାବେ ଭିଜିଲାନ୍ସ ଟିମ୍ ଡଃ ତ୍ରିପାଠୀଙ୍କ ଘରୁ ପ୍ରାୟ ୨୨ ଲକ୍ଷରୁ ଅଧିକ ନଗଦ ଟଙ୍କା ଠାବ କରିଥିବା ସୂଚନା ମିଳିଛି। ଜୁନାଗଡ଼ ସହର କଲମପୁର ରାସ୍ତାର ଗାୟତ୍ରୀ ନଗରରେ ଏକ ଭଡ଼ା ଘରେ ରହୁଥିବା ଡଃ ତ୍ରିପାଠୀ ସେଠାରେ ଏକ ଅଲଟ୍ରା ସାଉଣ୍ଡ କ୍ଲିନିକ୍ ଖୋଲିବା ସହିତ ସେହି ପରିସରରେ ଏକ ଔଷଧ ଦୋକାନ ମଧ୍ୟ ରହିଛି। ଏଥିସହିତ ଇଁ ଶତପଥୀଙ୍କ ଅନ୍ୟଜଣେ ଜ୍ବାଇଁ ଡଃ ବିଶ୍ୱଜିତ୍ ପାଣିଗ୍ରାହୀଙ୍କ ସ୍ଥାନୀୟ ହିଲ ଟାଉନ୍ ସ୍ଥିତ ଘରେ ମଧ୍ୟ ଚଢାଉ ହେବାର ଥିଲା। କିନ୍ତୁ ସେ ଅନୁପସ୍ଥିତ ଥିବାରୁ ଭିଜିଲାନ୍ସ ଟିମ୍ ତାଙ୍କୁ ଅପେକ୍ଷା କରିଛି। କଟକ ଭିଜିଲାନ୍ସର ଦୁଇଟି ଟିମ୍ ଚଢାଉରେ ସାମିଲ ହେଇଛନ୍ତି।

ଆପତ୍ତିଜନକ ଅବସ୍ଥାରେ.. ସ୍ୱାମୀଙ୍କୁ ହତ୍ୟା କଲେ ୟୁଟ୍ୟୁବର ମହିଳା

ଦେଖନ୍ତୁ ଭିଡିଓ; ବିଶାଳକାୟ ଅଜଗର ସହ ଏକାଠି ଗାଧୋଉଛନ୍ତି ବ୍ୟକ୍ତି

ରେକର୍ଡ ଭାଙ୍ଗିଲା ସୁନା ଦର, ୯୬ ହଜାର୍‌ ପାର୍‌

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories