www.samajalive.in
Saturday, December 6, 2025
16.1 C
Bhubaneswar

ଧାର୍ମିକ ମହତ୍ତ୍ୱରେ ପାନ ପତ୍ର , ସ୍ୱୟଂ ଭଗବାନ ଏଥିରେ କରିଥାଆନ୍ତି ବାସ

ହିନ୍ଦୁଧର୍ମରେ ପାନକୁ ଶୁଦ୍ଧତା ଓ ସମ୍ପନତାର ପ୍ରତୀକ ବୋଲି କୁହାଯାଏ। ବିଭିନ୍ନ ପୂଜାରେ ଏହାର ବ୍ୟବହାର ହେଉଥିବାରୁ ପାନ ପତ୍ର ପ୍ରତି ଲୋକଙ୍କ ଭକ୍ତି ଭାବ ମଧ୍ୟ ରହେ। ଯେଉଁ କୌଣସି କାର୍ଯ୍ୟର ଶୁଭାରମ୍ଭ କରିବା ପୂର୍ବରୁ ଦେବଦେବୀଙ୍କ ପୂଜାର୍ଚ୍ଚନା କରାଯାଏ। ପ୍ରତ୍ୟେକ ପୂଜାରେ ପାନପତ୍ରର ବ୍ୟବହାର କରାଯାଇଥାଏ। ଏହାକୁ ବ୍ୟବହାର କରି ଭଗବାନଙ୍କୁ ପ୍ରଣାମ କରାଯାଇଥାଏ। ସ୍କନ୍ଧ ପୁରାଣରେ ମଧ୍ୟ ପାନର ଧାର୍ମିକ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଏତଦ ବ୍ୟତୀତ ମଧ୍ୟ ସମଦ୍ର ମନ୍ଥନ ସମୟରେ ମଧ୍ୟ ଦେବତା ମାନଙ୍କ ଦ୍ୱାରା ପାନ ପତ୍ର ବ୍ୟବହାର ହୋଇଥିଲା। ପାନ ଖାଇବା ,ଦାନ ଦେବା, ପୂଜାରେ ଏହାର ବ୍ୟବହାରକୁ ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି। ପାନ ପତ୍ରରେ କେତେକ ଦେବାଦେବୀଙ୍କ ବାସ ରହିଥାଏ ବୋଲି ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଜାଣନ୍ତୁ ଏହା ବିଷୟରେ ….
ପାନର ମଧ୍ୟ ଭାଗରେ ମା’ ସରସ୍ୱତୀଙ୍କ ବାସ ରହିଥାଏ ବୋଲି କୁହାଯାଇଛି।
ପାନର ଡ଼େମ୍ଫରେ ମା’ ଲକ୍ଷ୍ମୀଙ୍କ ବାସ କରିଥାଆନ୍ତି। ପାନର ପତ୍ରରେ ସ୍ୱୟଂ ଭଗବାନ ବିଷ୍ଣୁ ବାସ କରିଥାଆନ୍ତି।
ପାନର ବାହାର ଅଂଶର ଶୀର୍ଷରେ ପ୍ରଭୁ ମହାଦେବ ଓ କାମଦେବଙ୍କ ବାସ କରିଥାଆନ୍ତି।
ପାନର ବାହାର ଅଂଶରେ ମା’ପାର୍ବତୀ ଓ ମା’ ମଙ୍ଗଳା ବାସ କରିଥାଆନ୍ତି।
ସମ୍ପୂର୍ଣ୍ଣ ପାନକୁ ଭଗବାନ ସୂର୍ଯ୍ୟଙ୍କ ପ୍ରତୀକ ବୋଲି କୁହାଯାଏ।
ଘରେ ଥିବା ପୂଜା କକ୍ଷରେ ପାନ ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପାନ ପତ୍ର ଦ୍ୱାରା ଗୃହରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଗୃହରେ ସର୍ବଦା ଶାନ୍ତିର ବାତାବରଣ ରହିଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ସୁସଂପର୍କ ସୃଷ୍ଟି ହୋଇଥାଏ। ପାନର ସମ୍ବନ୍ଧ ବୁଧ ଗ୍ରହ ସହ ମଧ୍ୟ ରହିଛି। ତେଣୁ ପାନର ବିଭିନ୍ନ ପ୍ରକାରର ବ୍ୟବହାର ଜାତକରେ ବୁଧଙ୍କର ସୁପ୍ରଭାବ ପକାଇଥାଏ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories