www.samajalive.in
Saturday, December 6, 2025
26.1 C
Bhubaneswar

ଏରୋ ଶୋ’ରେ ବଡ଼ ଧରଣର ଅଗ୍ନିକାଣ୍ଡ; ପାର୍କିଂସ୍ଥଳରେ ନିଆଁ ଲାଗି ଜଳିଗଲା ୧୦୦ କାର

ବେଙ୍ଗାଲୁରୁ: ବେଙ୍ଗାଲୁରୁର ୟେଲେହାଙ୍କା ବିମାନଘାଟିରେ ଚାଲିଥିବା ଏରୋ ଇଣ୍ଡିଆ ଶୋ’ ଅବସରରେ ଶନିବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ପାର୍କିଂସ୍ଥଳରେ ଅଗ୍ନିକାଣ୍ଡ ଘଟି ପାଖାପାଖି ୧୦୦ କାର ଜଳିଯାଇଛି। ସୌଭାଗ୍ୟ ବଶତଃ ନିଆଁ ବିମାନ ପ୍ରଦର୍ଶନ ଅଞ୍ଚଳକୁ ବ୍ୟାପି ନ ଥିବାରୁ ଏକ ବଡ଼ ଅଘଟଣରୁ ରକ୍ଷା ମିଳିଛି।

ସୂଚନା ମୁତାବକ, ଶନିବାର ଏରୋ ଇଣ୍ଡିଆ ଶୋ’ ପାଇଁ ବହୁ ସଂଖ୍ୟକ ଦର୍ଶକଙ୍କ ଭିଡ଼ ଜମିଥିଲା। ଏଥିରେ ବହୁ ଭିଆଇପି ଏବଂ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଯୋଗଦେଇଥିଲେ। ସେମାନଙ୍କ କାର ପାର୍କିଂ ଲାଗି ପ୍ରଦର୍ଶନ ଅଞ୍ଚଳଠାରୁ କିଛି ଦୂରରେ ପାର୍କିଂସ୍ଥଳ କରାଯାଇଛି। ସେଠାରେ ଶତାଧିକ କାର ପାର୍କିଂ କରାଯାଇଥିଲା। ହେଲେ କୌଣସି କାରଣରୁ ଏକ କାରରେ ନିଆଁ ଲାଗିଯାଇଥିଲା। ପରେ ସେଥିରୁ ନିଆଁ ଅନ୍ୟ କାରଗୁଡ଼ିକୁ ବ୍ୟାପିଯାଇଥିଲା। କିଛି ସମୟ ମଧ୍ୟରେ ପ୍ରାୟ ୧୦୦ଟି କାରରେ ନିଆଁ ସଂଯୋଗ ହୋଇଯିବା ଫଳରେ ସେଗୁଡ଼ିକ ଜଳିଯାଇଥିଲା। ଖବରପାଇ ଏକାଧିକ ଦମକଳ ଗାଡ଼ି ସହ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି। ନିଆଁ ଯୋଗୁ ସ୍ଥାନୀୟ ଆକାଶ ଧୂଆଁମୟ ହୋଇପଡ଼ିଥିଲା। ଏଭଳି ଦୃଶ୍ୟ ଦେଖି ଦର୍ଶକ ଏବଂ ଅଧିକାରୀମାନେ ସ୍ତମ୍ଭୀଭୂତ ହୋଇପଡ଼ିଛନ୍ତି। ତେବେ ଅଗ୍ନିକାଣ୍ଡରେ କୌଣସି ମୃତାହତ ସମ୍ପର୍କରେ ସୂଚନା ମିଳିନାହିଁ କି ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories