www.samajalive.in
Saturday, December 6, 2025
14.1 C
Bhubaneswar

ବନମହୋତ୍ସବରେ ବୃକ୍ଷରୋପଣ

ବ୍ରହ୍ମପୁର: ସ୍ଥାନୀୟ ମିଲିଟାରୀ ଲାଇନସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଗୁରୁବାର ବନମହୋତ୍ସବ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲା ଅତିରିକ୍ତ ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ମମତା ବିଷୋୟୀ, ସାମ୍ବାଦିକ ସୁଦୀପ ସାହୁ, ସିଆରସିସି ମମତା ପାଣିଗ୍ରାହୀ, ଅବସରପ୍ରାପ୍ତ ପ୍ରାଧାନ ଶିକ୍ଷୟିତ୍ରୀ ମମତା ରଥ ଏବଂ ତୁମ୍ବନାଥ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।

ଅତିଥିମାନେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିବା ସହିତ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ହରପ୍ରିୟା ପାତ୍ର ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଟି.ମୀନାକୁମାରୀ ପାତ୍ର, ପୁଷ୍ପମାଳା ପ୍ରଧାନ, ଦିପ୍ତିମୟୀ ପାଢ଼ୀ, ପଙ୍କଜ ପାଢ଼ୀ, ସୁଜତା ମଞ୍ଜରୀ ବେହେରା, ଜୟଲକ୍ଷ୍ମୀ ବେହେରା, ମଧୁମିତା ପାତ୍ର, ଟି.ଲଡ଼ୁକିଶୋର ପାତ୍ର, ରାମା ରାଓ ଏବଂ ବନ୍ଦନା ତ୍ରିପାଠୀ ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories