www.samajalive.in
Saturday, December 6, 2025
14.1 C
Bhubaneswar

ଭତ୍ତା ଟଙ୍କା ନଦେବାରୁ ମାକୁ ଘରୁ ତଡିଦେଲେ ପୁଅବୋହୁ

ଆରଡି, ୮/୭(ନିପ୍ର)- ଜଣେ ମା ପୁତ୍ର ସନ୍ତାନ କୋଳରେ ପାଇବା ପାଇଁ ସାତ ଦିଅଁ ଦେବାତାଙ୍କୁ ପୂଜା କରିବା ସହ ନାନା ଉପବାସ ରଖିଥାଏ। ଆଶା ପରିଣତ ବୟସରେ ପୁଅ ଦିଓଳି ଦିମୁଠା ଖାଇବାକୁ ଦେବ। ହେଲେ ପୁଅ ଯେ ଟଙ୍କା ଆଶାରେ ଅନ୍ଧ ହୋଇ ମାକୁ ଘରୁ ତଡିଦବ କେବେବି ସ୍ୱପ୍ନରେ ଭାବିନଥିଲା ମା। ଏଭଳି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲା ନାନ୍ଦପୁର ପଞ୍ଚାୟତ କୋଇଲିଖା ଗାଁର ସୋମଲତାସାମଲଙ୍କ ନିକଟରେ। ସୋମଲତାଙ୍କର ବୟସ ୬୫ବର୍ଷ ହେବ ଦୀର୍ଘଦିନ ହେବ ସ୍ୱାମୀ ଆରପାରିକୁ ଚାଲିଯାଇଛନ୍ତି। ଛଅଟା ନୁହେଁକି ନଅଟା ନୁହେଁ ଗୋଟିଏ ବୋଲି ପୁଅ ବାଙ୍କା ସାମଲ, ବିଧବା ମା ଧାରକରଜ କରି ଦୀର୍ଘ ୩ବର୍ଷ ତଳେ ପୁଅକୁ ବାହାକରିଥିଲା। ଭାବିଥିଲା ସୁଖର ସଂସାର ମଧ୍ୟରେ ଦିନ କେଇଟା ବିତିଯିବ। ହେଲେ ଦଇବ ସାଜିଲା ବଇରି ମାର ଆଶା ଆଶାରେ ରହିଗଲା। ସଦାସର୍ବଦା ପୁଅର ଲୋଲୁପ ଦୃଷ୍ଟି ମାର ଭତା ଟଙ୍କା ଉପରେ। ମା ସୋମଲତା ଭତା ଟଙ୍କା ନଦେବାରୁ ପୁଅ ଓ ବୋହୁ ଅତ୍ୟାଚାର ଦେଉଥିବା ସୋମଲତାଙ୍କ ସହ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ସୋମଲତା ପୁଅ ଓ ବୋହୁର ଅତ୍ୟାଚାର ସହିନପାରି କିଛିବର୍ଷ ହେବ ଝିଅ ଘରକୁ ଚାଲିଯାଇଥିଲା ସୋମଲତା।

 

- Advertisement -

ଗତ ୧୫ଦିନ ତଳେ ପୁଣି ଘରକୁ ଫରିବାରୁ ପୁଅ ମାକୁ ଦୀର୍ଘ ୩ବର୍ଷର ଟଙ୍କା ମାଗିଥିଲା। ନହେଲେ ୩୦ହଜାର ଟଙ୍କା ଦେଲେ ଘରେ ରହିବ ବୋଲି କହିଥିବା ମା ସୋମଲତା ଥାନାରେ ଅଭିଯୋଗ କରିଥିଲେ। ଏପରିକି ପୁଅ ଓ ବୋହୁ ମାକୁ ଘରେ ନରଖିବାରୁ ମା ଦୀର୍ଘଦିନ ହେଲା ବାରଦ୍ୱାର ସୁଣ୍ଡିପିଣ୍ଢା ହେଉଛି। ଗୋଟିଏ ପଟେ ମହାମାରୀ କୋରନା ଭୟଭୟତାରେ ଲୋକ ଘରେ ରହୁଥିବା ବେଳେ ମାକୁ ପୁଅ ଟଙ୍କା ଲୋଭରେ ଘରୁ ତଡିଦେବା ଗାଁ ଲୋକ ନିନ୍ଦା କରିଛନ୍ତି। ତାହାସହ ଗାଁ ଲୋକ ଦୀର୍ଘ ୧୫ଦିନ ହେଲା ବିଧବା ସୋମଲତାଙ୍କୁ ପାଳି କରି ଖାଦ୍ୟ ଦେଉଛନ୍ତି। ତାହାଛଡା ସୋମଲତା ମାନସିକ ଯନ୍ତ୍ରଣାରେ ଜଜରିତ ହୋଇ ଏବେ ମାନସିକ ଭାରସାମ୍ୟ ହରାଇ ବସିଲେଣି। ଏପରି ବାବଦରେ ପଚାରିବାରୁ ସୋମଲତା ଆଖିରୁ ଲୁହ ଗଡାଇବା ଛଡା କିଛି କହିପାରୁନଥିଲେ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ବିଧବା ସୋମଲତାଙ୍କୁ ନ୍ୟାୟ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories