www.samajalive.in
Saturday, December 6, 2025
15.1 C
Bhubaneswar

ସୁରହୀନ ବୀଣା ମୁହଁରେ ହସର ସ୍ୱର ଫୁଟାଇଲା ଜନ କଲ୍ୟାଣ ସେବା ଟ୍ରଷ୍ଟ

ରେଙ୍ଗlଲିକେମ୍ପ: କୁହାଯାଏ ସମସ୍ତେ ସୁଖର ସାଥୀ କିନ୍ତୁ ଦୁଃଖର ସାଥୀ କେହି ନୁହନ୍ତି। କିନ୍ତୁ ଜନ କଲ୍ୟାଣ ସେବା ଟ୍ରଷ୍ଟ ଅସହାୟ ଲୋକଙ୍କର ଦୁଃଖର ସାଥୀ ହୋଇ ସହାୟତାର ହାତ ବଢ଼ାଇ ପହଞ୍ଚି ଯାଏ ତାର ଦୁଆର ମୁହଁକୁ। ଆଜି ସେମିତି ଏକ ଅସହାୟ ମହିଳା ବୀଣା ନିକଟରେ ପହଞ୍ଚିଥିଲା ଏହି ସେବା ଟ୍ରଷ୍ଟ। ଅତାବିରା ବ୍ଲକ ଝିଲିମିଣ୍ଡା ଗ୍ରାମର ରଙ୍ଗାଟିକ୍ରା (ଜଗନ୍ନାଥ ପଡ଼ା)ରେ ରହନ୍ତି ବିଧବା ବୀଣା। ସାଙ୍ଗରେ ଦୁଇ ବର୍ଷର ଝିଅ ଓ ଏକ ବର୍ଷର ଛୋଟ ପୁଅ। ସରକାରୀ ଜମିରେ ଥିବା ପାଲଟଣା କୁଡିଆ ବ୍ୟତୀତ ଅନ୍ୟ କିଛି ସମ୍ବଳ ନଥିଲା ବିଣାର। ଛୋଟ ଛୁଆଙ୍କୁ ଛାଡି ସେ କାମ ଧନ୍ଦା କରିବାକୁ ଯାଇ ପାରେନି। ଶାଶୁ ଶ୍ୱଶୁରଙ୍କୁ ମିଳୁଥିବା ପାଞ୍ଚ କେଜି ଚାଉଳରୁ କିଛି ବୀଣାକୁ ଦେଉଥିଲେ, ସେଥିରେ ବୀଣା ଚଳିବା ବହୁତ କଷ୍ଟକର ଥିଲା। ଏହି ଘଟଣା ସମାଜ ଖବର କାଗଜରେ ପ୍ରକାଶିତ କରି ବୀଣାlର ଅବସ୍ଥା ଲୋକଲୋଚନକୁ ତଥା ପ୍ରଶାସନର ଦୃଷ୍ଟିକୁ ଆଣିଥିଲେ ଜଣେ ସାମ୍ବାଦିକ।

ଏହି ଖବର ପାଇ ଜନ କଲ୍ୟାଣ ସେବା ଟ୍ରଷ୍ଟ ପହଞ୍ଚିଥିଲା ବୀଣା ପାଖକୁ ପ୍ରାୟ ଦୁଇହଜାର ଟଙ୍କାର ରାସନ୍ ସାମଗ୍ରୀ ସହ କିଛି ଆର୍ଥିକ ସହାୟତା ରାଶି ନେଇ। ଏହା ବ୍ୟତୀତ ଗୋଟିଏ ବର୍ଷ ପାଇଁ ରାସନ ସାମଗ୍ରୀ ଆଉ ଯଦି ଦରକାର୍ ପଡେ ବର୍ଷ ବର୍ଷ ଧରି ଟ୍ରଷ୍ଟ ପକ୍ଷରୁ ଚାଉଳ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ଏହା ସହ ସ୍ଥାନୀୟ ଯୁବ ବିଜେଡ଼ିର ଯାଦବ ଭୁଏ, ଅସିତ୍ ମହାପାତ୍ର, ଝିଲିମିଣ୍ଡା ପଞ୍ଚାୟତର ଯୋଗାଣ ବିଭାଗ ଅଧିକାରୀ ସୁଧୀର ଆଚାର୍ଯ୍ୟଙ୍କୁ ଡକାଇ ଅସହାୟ ବୀଣାକୁ ଆସନ୍ତା ଅଗଷ୍ଟ ମାସରୁ ୩୫ କେଜି ଲେଖାଏଁ ଚାଉଳ ଯୋଗାଇ ଦେବାପାଇଁ କହିଥିଲେ। ଯାହା ସବୁ ସରକାରୀ ଅନୁଦାନ ମିଳିବା କଥା ତାହା ସବୁର କାଗଜ ପତ୍ର କରି ତାଙ୍କୁ ସେଇ ସବୁ ସୁବିଧା ପ୍ରଦାନ କରିବା ପାଇଁ ଟ୍ରଷ୍ଟର ପ୍ରତିଷ୍ଠାତା ମୁକୁନ୍ଦ ଦାଶ କହିଥିଲେ। ତେବେ ଏହି ସବୁ ସାହାଯ୍ୟ ପାଇ ବୀଣା ମୁହଁରେ ଖୁସିର ଲହରୀ ଖେଳିଯିବା ସହ ବଞ୍ଚିବାର ଏକ ନୂତନ ଆଶା ଉଙ୍କି ମାରିଥିଲା। ଏହି ଅବସରରେ ଟ୍ରଷ୍ଟର ହୃଷୀକେଶ ଖମାରୀ, ଧର୍ମରାଜ ପ୍ରଧାନ, ଅନୁସୂୟା ଦେବତା ତଥା ସମାଜ ପ୍ରତିନିଧି ଆକାଶ ମିଶ୍ର ଉପସ୍ଥିତ ଥିଲେ। ଦୀର୍ଘ ଦୁଇବର୍ଷ ପରେ ବି ବୀଣା ଗୃହରେ ଆଲୋକ ଜଳିନାହି। ତେଣୁ ବିଜୁଳି ଆଲୁଅର ବ୍ୟବସ୍ଥା ପାଇଁ ବୀଣା ଟ୍ରଷ୍ଟକୁ ଗୁହାରି କରିଥିଲେ। ତାହା ମଧ୍ୟ ବ୍ୟବସ୍ଥା କରିବା ପାଇଁ ଗ୍ରାମର ଯୁବ ବିଜେଡ଼ି କର୍ମୀ ଯାଦବ ଭୁଏ କହିଥିଲେ। କିନ୍ତୁ ପରିତାପର ବିଷୟ ଯେ ପ୍ରଶାସନ ତା ପାଇଁ ଯେଉଁ ଯେଉଁ ପଦକ୍ଷେପ ନେବା କଥା ଆଜି ଯାଏଁ ନେଇନାହିଁ। ତେବେ ଦେଖାଯାଉ ଆଉ କେତେଦିନ ପରେ ପ୍ରଶାସନର ଦୃଷ୍ଟି ପଡୁଛି ଓ ବୀଣାର ଅବସ୍ଥା ସୁଧୁରୁଛି!

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories