www.samajalive.in
Monday, December 15, 2025
14.1 C
Bhubaneswar

ବିଶ୍ବ ବ୍ୟାଙ୍କର ୬ ଜଣିଆ ପ୍ରତିନିଧି ଦଳର ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିଦର୍ଶନ।

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ଆଜି ବିଶ୍ବ ବ୍ୟାଙ୍କର ୬ଜଣିଆ ପ୍ରତିନିଧି ଦଳ ପରିଦର୍ଶନରେ ଆସିଥିଲେ l ଦଳରେ ସିନିୟର ଶିକ୍ଷା ଅଧିକାରୀ ଡେନିଶ ନିକୋଲଭ, ବରିଷ୍ଠ ଅର୍ଥନୀତି ବିଶେଷଜ୍ଞା ସଂଗୀତା ଗୋୟେଲ,ବରିଷ୍ଠ ଶିକ୍ଷାବିତ ସଂଗୀତା ଦେ, ବରିଷ୍ଠ ଅର୍ଥନୀତି ବିଶେଷଜ୍ଞ ପାପିୟା ଭଟ୍ଟାଚାର୍ଯ୍ୟ, ସିଭିଲ ଇଞ୍ଜିନିୟର ରାଜୀବ ଅଗ୍ରବାଲ, ଟିମ ଆସିଟାଣ୍ଟ ମୋନିକା ଚାୱଲା ପ୍ରମୁଖ ସାମିଲ ଥିଲେ lଏହି ପ୍ରତିନିଧି ଦଳ ପ୍ରଥମେ କେନ୍ଦ୍ରୀୟ ଯନ୍ତ୍ରପାତି କେନ୍ଦ୍ରରେ ପହଞ୍ଚି ଥିଲେ। ସେଠାରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏହାପରେ କେନ୍ଦ୍ରୀୟ ଯନ୍ତ୍ରପାତି କେନ୍ଦ୍ରର ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ନାନୋ ବିଜ୍ଞାନର ଉତ୍କର୍ଷ କେନ୍ଦ୍ରର ସଂଯୋଜକ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ କେନ୍ଦ୍ରର ଉନ୍ନତି ଓ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ। ସେଣ୍ଟର ଅଫ ଏକ୍ସିଲେନସିର ସଂଯୋଜକ ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ ଗବେଷଣାର ବିବରଣୀ ପ୍ରଦାନ କରିଥିଲେ। କେନ୍ଦ୍ରରେ ଥିବା ବିଭିନ୍ନ ପରୀକ୍ଷାଗାର, ଇନୋଭେସନ ଓ ଇନକ୍ୟୁଭେସନ କେନ୍ଦ୍ର ପରିଦର୍ଶନ କରିଥିଲେ। ଲକ୍ଷ୍ମୀଧର ରାଉତ ବିଭିନ୍ନ ଯନ୍ତ୍ରପାତି ଓ ଔଷଧ ଗବେଷଣା ଉପରେ ଆଲୋକପାତ କରିଥିଲେ। ଏହାର କାର୍ଯ୍ୟ ବଳିକୁ ଟିମ ପ୍ରଶଂସା କରିଥିଲେ। ସଂଯୋଜକ ପ୍ରଫେସର ସୁଧାକର ପାତ୍ର ସମସ୍ତ କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ। ଏହା ପରେ ବିଶ୍ବବିଦ୍ୟାଳୟ ର ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗ, ପରୀକ୍ଷା କେନ୍ଦ୍ର ଓ ଅର୍ଥ ବିଭାଗ ପରିଦର୍ଶନ କରିଥିଲେ l ପ୍ରତିନିଧି ଦଳ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ କେନ୍ଦ୍ରୀୟ ବ୍ୟାଙ୍କ ଅନୁଦାନର ଚାଲୁରହିଥିବା ବିଭିନ୍ନ ଯୋଜନାର ଅଗ୍ରଗତି ଓ ଉପଯୋଗୀତା ସଠିକ ଭାବେ ହୋଇ ପାରୁଥିବାରୁ ଖୁସି ବ୍ୟକ୍ତ କରିଥିଲେ।

- Advertisement -

ବିଶ୍ବ ବ୍ୟାଙ୍କ ପକ୍ଷରୁ ବିଶ୍ଵବିଦ୍ୟାଳୟ ପାଇଥିବା ୨୦ କୋଟିର ପାଣ୍ଠିର ବିନିଯୋଗ ନେଇ ତଦାରଖ କରିବା ସହ ଆଗାମୀ ପାଞ୍ଚ ବର୍ଷ ପାଇଁ ଆବଶ୍ୟକ ଥିବା ବିଭିନ୍ନ ବିଷୟ ଉପରେ ଆଲୋଚନା କରି ପ୍ରସ୍ତାବକୁ ବିଶ୍ଵ ବ୍ୟାଙ୍କଙ୍କୁ ପ୍ରଦାନ କରିବେ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି l ପରିଦର୍ଶନ ବେଳେ କୁଳସଚିବ ସଚ୍ଚିଦାନନ୍ଦ ନାୟକ, ବିତ୍ତ ନିୟନ୍ତ୍ରକ ଅଶୋକ କୁମାର ଧାଙ୍ଗଡ଼ାମାଝୀ, ପରୀକ୍ଷା ନିୟନ୍ତ୍ରକ ଡ. ସତ୍ୟ ନାରାୟଣ କୁଣ୍ଡ, ସହ ପରୀକ୍ଷା ନିୟନ୍ତ୍ରକ ସତ୍ୟ ନାରାୟଣ ପାତ୍ର, ଉନ୍ନୟନ ଅଧିକାରୀ ଡ଼ଃ. ସାରଦା ପ୍ରସାଦ ସାହୁ, ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର ଗଣେଶ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ l

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories