ଦାବିପୂରଣ ନିମନ୍ତେ ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘର ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର: ସମ୍ବଲପୁର ଠାରେ ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘ ତରଫରୁ ବିଭିନ୍ନ ଦାବି ପୂରଣ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯାଇଛି। ସଂଘ ପକ୍ଷରୁ ଦୀର୍ଘ ଦିନରୁ ସରକାରୀ କର୍ମଚାରୀ ରୂପେ ଘୋଷଣା, ଉଚିତ ଦରମା ପ୍ରଦାନ, ବଜାର ଦର ଅନୁଯାୟୀ ଗରମ ରନ୍ଧା ଖାଦ୍ୟ ଓ ଅଣ୍ଡା ଦର ବୃଦ୍ଧି, ଜିକେଏସ ଓ ବିଏଲଓ କାର୍ଯ୍ୟରୁ ନିବୃତ୍ତ, ଅତିରିକ୍ତ କାର୍ଯ୍ୟରୁ ନିବୃତ୍ତ, ଉନ୍ନତମାନର ମୋବାଇଲ ପ୍ରଦାନ, ଗ୍ରୀଷ୍ମ ଛୁଟି ପ୍ରଦାନ, ଅନ୍ୟ ଆକାଉଣ୍ଟକୁ ଦରମା ପ୍ରଦାନ କରା ନ ଯାଇ ଦରମା ଆକାଉଣ୍ଟକୁ ପ୍ରଦାନ, ଯୋଗ୍ୟତା ଓ ଅଭିଜ୍ଞତା ଅନୁଯାୟୀ ସୁପରଭାଇଜର ପଦବୀରେ ନିଯୁକ୍ତ, ଠିକ ସମୟରେ ଗ୍ୟାସ ସିଲିଣ୍ଡର ଟଙ୍କା ପ୍ରଦାନ, ଜାତୀୟ ଶିକ୍ଷା ନୀତିରେ ପ୍ରାଥମିକ ସ୍କୁଲରେ ଶିକ୍ଷୟତ୍ରୀ ରୂପେ ନିଯୁକ୍ତି, ଟିଏ ଓ ଡିଏ ପ୍ରଦାନ ଆଦି ଦାବି କରାଯାଉଛି।

prayash

ଏହି ଦାବି ଗୁଡିକ ପୂରଣରେ ସରକାର ଟାଳଟୁଳ ନୀତି ପାଳନ କରି ଆସୁଥିବାରୁ ଆଜି ସଂଘ ତରଫରୁ ଜିଲା ସମ୍ପାଦିକା ପ୍ରମିଳା ସିଂହ, ସାଧାରଣ ସମ୍ପାଦିକା ପ୍ରଭାସିନୀ ପାଢ଼ୀ, କାର୍ଯ୍ୟକାରୀ ସଭାନେତ୍ରୀ ସଂଘମିତ୍ରା ପଟ୍ଟନାୟକଙ୍କ ନେତୃତ୍ୱରେ ବିଶାଳ ଶୋଭାଯାତ୍ରାରେ ନାରୀ ସେବା ସଦନ ଠାରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଶୀଘ୍ର ଦାବିପୂରଣ ନ ହେଲେ ଆଗାମୀ ଦିନରେ ଆହୁରୀ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଂଘ ତରଫରୁ ସରକାରଙ୍କୁ ଆଜି ଚେତାବନୀ ଦିଆଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ କନକ ପ୍ରଧାନ, ରିତାରାଣୀ ପତି, ସୌଦାମିନୀ ପାଣ୍ଡେ, ମଞ୍ଜୁଲତା ମାଝୀ, ଫଣୀ ରାଉଳ, ମମତା ରାଣୀ ପ୍ରଧାନ, ଅନୀତା ନାୟକ, ଶୁଭ୍ରା ମିଶ୍ର, ତୁଳସୀ ଭୋଇ, ସାବିତ୍ରୀ ପୁରୋହିତ, ରଞ୍ଜିତା କେରକେଟା, ସୁବାସିନୀ ମାଝୀ, ହେମ ବେହେରା, ପୁର୍ଣ୍ଣିମା ସୁରିନ, ଗୋପେଶ୍ୱର ଓରାମ, ମଞ୍ଜୁ ଧଳଙ୍କ ସମେତ ଶତାଧିକ ସଦସ୍ୟା ଉପସ୍ଥିତ ରହିଥିଲେ।

Comments are closed.