କରୋନା କାଳରେ ନିଯୁକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କର୍ମଚାରୀ ପାଇ ନାହାନ୍ତି ୫ମାସର ଦରମା

ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ଗୁରୁଡିଝାଟିଆ: କରୋନା କାଳରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ନିଜକୁ ଲଗାଇଦେଇଥିଲେ ବାଜି। ଚାକିରୀରେ ସ୍ଥାୟୀତ୍ୱ ନଥିଲେ ମଧ୍ୟ ଠିକା କର୍ମଚାରୀଭାବରେ ନିଜର କାର୍ଯ୍ୟ ସଂପାଦନ କରି ଜନସାଧାରଣଙ୍କ ମନକୁ ଜିଣିଥିଲେ । କରୋନା ସ୍ୱାବ ପରୀକ୍ଷଣ କରିବା, ଟୀକାକରଣ, ସଚେତନତା, ବିଶୋଧନ ଓ ଗାଁ ଗାଁ ବୁଲି ଲୋକମାନଙ୍କୁ ବୁଝାଇବା ସହ ଟୀକା ପ୍ରଦାନ ଆଦି କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ଏବେ ୫ମାସ ହେଲା ଦରମା ପାଇ ନାହାନ୍ତି। ଫଳରେ ପରିବାର ଚଳାଇବା ସେମାନଙ୍କ ପକ୍ଷରେ ଅସମ୍ଭବ ହୋଇପଡିଛି। ଏଥିସହିତ ସଫେଇ ପାଇଁ ନିଯୁକ୍ତ ନିର୍ମଳ କର୍ମଚାରୀ ଓ ସୁରକ୍ଷା କର୍ମଚାରୀମାନେ ମଧ୍ୟ ରାତିଦିନ ନିଜର କାର୍ଯ୍ୟ ସଠିକ୍ ଢଙ୍ଗରେ କରୁଥିଲେ ମଧ୍ୟ ସେମାନଙ୍କୁ ମାସିକ ନିର୍ଦ୍ଧାରିତ ଦରମା ଠିକ୍ ସମୟରେ ମିଳୁନାହିଁ। ଉପରୋକ୍ତ କର୍ମଚାରୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଅନୁଦାନ ଆସିଲେ ସେମାନଙ୍କୁ ଦରମା ପ୍ରଦାନ କରାଯିବ ବୋଲି ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି।

kalyan agarbati

Comments are closed.