www.samajalive.in
Sunday, December 14, 2025
26.1 C
Bhubaneswar

ଷ୍ଟୋକ୍‍ସ ‘ୱିଜ୍‍ଡେନ୍‍ ବର୍ଷର ଶ୍ରେଷ୍ଠ କ୍ରିକେଟର’

ଲଣ୍ଡନ୍‍ : ଗତ ୩ ବର୍ଷ ଧରି ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରିକେଟ୍‍ର ବାଇବେଲ୍‍ ଭାବେ ପରିଚିତ ୱିଜ୍‍ଡେନ୍‍ ପକ୍ଷରୁ ବର୍ଷର ସର୍ବଶ୍ରେଷ୍ଠ କ୍ରିକେଟର ଘୋଷିତ ହୋଇଥିଲେ। ତେବେ କୋହଲିଙ୍କଠାରୁ ଏହି ସମ୍ମାନ ଛଡ଼ାଇ ନେଇଛନ୍ତି ଇଂଲଣ୍ଡର ଅଲ୍‍ରାଉଣ୍ଡର ବେନ୍‍ ଷ୍ଟୋକ୍‍ସ। ଗୁରୁବାର ପ୍ରକାଶ ପାଇଥିବା ୱିଜ୍‍ଡେନ୍‍ର ୨୦୨୦ ସଂସ୍କରଣରେ ବେନ୍‍ ଷ୍ଟୋକ୍‍ସଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ କ୍ରିକେଟର ବୋଲି ଘୋଷଣା କରିଛି। ଫଳରେ ଦୀର୍ଘ ୧୫ ବର୍ଷ ପରେ ଇଂଲଣ୍ଡର କୌଣସି କ୍ରିକେଟର ୱିଜ୍‍ଡେନ୍‍ ପକ୍ଷରୁ ବର୍ଷର ସର୍ବଶ୍ରେଷ୍ଠ କ୍ରିକେଟର ଘୋଷିତ ହୋଇଛନ୍ତି। ୨୦୦୫ରେ ଷ୍ଟୋକ୍‍ସ ପରି ଆଉ ଜଣେ ମହାନ୍‍ ଅଲ୍‍ରାଉଣ୍ଡର ଆଣ୍ଡର‍୍ୟୁ ଫ୍ଲିଣ୍ଟଫ୍‍ ଏହି କୃତିତ୍ୱ ହାସଲ କରିଥିଲେ। ଗତବର୍ଷ ଇଂଲଣ୍ଡ ପ୍ରଥମଥର ପାଇଁ ବିଶ୍ୱକପ୍‍ ଚମ୍ପିଆନ୍‍ ହୋଇଥିବା ବେଳେ ଦଳକୁ ଏହି ଟ୍ରଫି ଜିତାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ଷ୍ଟୋକ୍‍ସ। ଲର୍ଡସରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଷ୍ଟ୍ରୋକ୍‍ସ ଏକ ଚମତ୍କାର ଇନିଂସ ଖେଳିବାରୁ ମ୍ୟାଚ୍‍ ଟାଇ ରହିଥିଲା। ପରେ ସୁପର ଓଭରକୁ ଟାଇ ରଖିବାରେ ମଧ୍ୟ ଷ୍ଟୋକ୍‍ସଙ୍କ ପ୍ରମୁଖ ଭୂମିକା ରହିଥିଲା। ତାଙ୍କର ଏପରି ପ୍ରଦର୍ଶନ ଯୋଗୁଁ ଷ୍ଟୋକ୍‍ସଙ୍କୁ ମ୍ୟାନ୍‍ ଅଫ୍‍ ଦି ଫାଇନାଲ ପୁରସ୍କାର ମିଳିଥିଲା। ପରେ ଖେଳା ଯାଇଥିବା ଆସେସ୍‍ ସିରିଜ୍‍ରେ ଷ୍ଟୋକ୍‍ସ ଟେଷ୍ଟ କ୍ରିକେଟ ଇତହାସରେ ଅନ୍ୟତମ ଶ୍ରେଷ୍ଠ ଇନିଂସ ଖେଳିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ୩ୟ ଟେଷ୍ଟରେ ଷ୍ଟୋକ୍‍ସ ଅପରାଜିତ ୧୩୫ ରନ୍‍ ସ୍କୋର୍‍କରି ଦଳକୁ ଜିତାଇଥିଲେ। ୱିଜ୍‍ଡେନ୍‍ର ସମ୍ପାଦକ ଲରେନ୍‍ସ ବୁଥ୍‍ ଏହି ନୂତନ ସଂସ୍କରଣରେ ଷ୍ଟୋକ୍‍ସଙ୍କୁ ପ୍ରଶଂସାକରି ଲେଖିଛନ୍ତି, ମାତ୍ର କେଇ ସପ୍ତାହ ମଧ୍ୟରେ ବେନ୍‍ ଷ୍ଟୋକ୍‍ସ ତାଙ୍କ ଜୀବନର ୨ଟି ଶ୍ରେଷ୍ଠ ଇନିଂସ ଖେଳିଥିଲେ। ବିଶ୍ୱକପ୍‍ ଫାଇନାଲରେ ଆକ୍ରମଣାତ୍ମକ ବ୍ୟାଟିଂକରି ଷ୍ଟୋକ୍‍ସ ଇଂଲଣ୍ଡକୁ ପରାଜୟରୁ ବଞ୍ଚାଇଥିଲେ। ପରେ ସୁପର ଓଭରରେ ଷ୍ଟୋକ୍‍ସଙ୍କ ଯୋଗୁଁ ଇଂଲଣ୍ଡ ୧୫ ରନ୍‍ ସ୍କୋର୍‍ କରି ପାରିଥିଲା। ପରେ ହେଡିଂଲିରେ ଖେଳା ଯାଇଥିବା ୩ୟ ଆସେସ୍‍ ଟେଷ୍ଟରେ ଷ୍ଟୋକ୍‍ସ ଅପରାଜିତ ୧୩୫ ରନ୍‍ କରିବାରୁ ଇଂଳଣ୍ଡ ୧ ୱିକେଟରେ ଏହି ମ୍ୟାଚ୍‍କୁ ଜିତିଥିଲା।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories