ପଞ୍ଚାୟତ ଅଫିସରେ ତାଲା, ବାକି ଥିବା ଭତ୍ତା ଟଙ୍କାକୁ ନେଇ ଅସନ୍ତୋଷ

ବେନଗାଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବ୍ୟବହାରରେ ହିତାଧିକାରୀ ଅତିଷ୍ଠ

ଲାଞ୍ଜିଗଡ : ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ପ୍ରତ୍ୟେକ ବୃଦ୍ଧ-ବୃଦ୍ଧାଙ୍କୁ ଯୋଗ୍ୟତା ଅନୁସାରେ ପ୍ରତ୍ୟେକ ମାସରେ ଭତ୍ତା ଟଙ୍କା ପ୍ରଦାନ କରାଯାଇଥାଏ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ  ବେନଗାଁ  ଗ୍ରାମ ପଞ୍ଚାୟତରେ ହିତାଧିକାରୀ ମହିଳାମାନେ ୫ ରୁ ୬ ମାସ ଲେଖାଏଁ ଭତ୍ତା ଟଙ୍କା ପାଇ ନାହାନ୍ତି।
prayash
ସୂଚନା ଅନୁସାରେ ଏହି ପଞ୍ଚାୟତରେ ବୃଦ୍ଧା ମାନେ ଆଗରୁ ସମସ୍ତେ ନିୟମିତ ଭାବରେ ପ୍ରତ୍ୟେକ ମାସରେ ଭତ୍ତା ଟଙ୍କା ପାଉଥିଲେ। କିନ୍ତୁ ବର୍ତମାନ ଶତାଧିକ ବୃଦ୍ଧା ୫ ରୁ ୬ ମାସ ଲେଖାଏଁ ଭତ୍ତା ଟଙ୍କା ପାଇ ନାହାନ୍ତି।  ଫଳରେ ପରିଣତ ବୟସରେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ୟାଙ୍କକୁ ଦୌଡି ଦୌଡ଼ି ନୟାନ୍ତ ହେବାକୁ ପଡୁଛି। ଏ ସମ୍ପର୍କରେ ଭତ୍ତା ଟଙ୍କା ନ ପାଇ ଥିବା ବୃଦ୍ଧା ମାନେ ଏକତ୍ରିତ ହୋଇ ସୋମବାର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଯଦୁମଣି ନାଏକଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ  ଆସି ପଚାରିବାରୁ ଶ୍ରୀ ନାଏକ ଉତ୍ୟକ୍ତ ହୋଇ ବୃଦ୍ଧା ମାନଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଆମେ ବେନଗାଁ ସରପଞ୍ଚଙ୍କୁ ଫୋନ ମାଧ୍ୟ୍ୟମରେ ପଚାରିବାରୁ, ଏକଥା ସମ୍ପୂର୍ଣ ସତ ବୋଲି କହିଥିଲେ। ବୃଦ୍ଧାବସ୍ଥାରେ ଅନେକ ମହିଳା ଦୁର ଦୂରାନ୍ତରୁ ଚାଲି ଚାଲି ଆସି ଭତ୍ତା ଟଙ୍କା ନ ପାଇ ନିରାଶ ହୋଇ ଘରକୁ ବାରମ୍ବାର ଫେରୁ ଥିବା ବେଳେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ବୃଦ୍ଧା ମାନଙ୍କୁ ବୁଝା ସୁଝା କରିବା ବଦଳରେ ଏମିତି ଗାଳି ଗୁଲଜ କରି ପଞ୍ଚାୟତ କାର୍ଯ୍ୟାଳୟରୁ ବାହାରି ଯାଅ ବୋଲି ଧମକ ଦେବା କେେତେ ଯୁକ୍ତିଯୁକ୍ତ। ତେବେ ମହିଳାମାନଙ୍କ ସହିତ ହାରାହାରି ୨ ଘଣ୍ଟା କଥା କଟାକଟି ପରେ ଶତାଧିକ ବୃଦ୍ଧା ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ପଞ୍ଚାୟତ ଗୃହରେ ତାଲାପକାଇ ବନ୍ଦ କରି ଦୃଢ଼ ପ୍ରତିବାଦ କରିଥିଲେ।

Comments are closed.