www.samajalive.in
Wednesday, December 10, 2025
15.1 C
Bhubaneswar

ବିସ୍ଫୋରଣର ଆଠ ଦିନ ପରେ ଖୋଲିଲା ରାମେଶ୍ୱରମ କାଫେ

ବେଙ୍ଗାଲୁରୁ : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ରାମେଶ୍ୱରମ କାଫେ ବିସ୍ଫୋରଣର ଆଠ ଦିନ ପରେ ପୁଣି ଗ୍ରାହକଙ୍କ ପାଇଁ ଖୋଲାଯାଇଛି। ଅନ୍ୟ କୌଣସି ଅଘଟଣ ନଘଟିବା ପାଇଁ ଓ ଏହାକୁ ରୋକିବା ପାଇଁ କାଫେରେ ସୁରକ୍ଷା ବ୍ୟବସ୍ଥାର ଆୟୋଜନ କରାଯାଇଛି। ସୁରକ୍ଷା ଯାଞ୍ଚ ବଢାଯିବା ସହ ଯାଞ୍ଚ ପରେ ହିଁ ଗ୍ରାହକଙ୍କୁ କାଫେ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଉଛି।
ସୂଚନା ଯୋଗ୍ୟ, ମାର୍ଚ୍ଚ ୧ରେ ବେଙ୍ଗାଲୁରୁର ହ୍ୱାଇଟ୍‌‌ଫିଲ୍ଡ ଅଞ୍ଚଳରେ ସ୍ଥିତ ରାମେଶ୍ୱରମ କାଫେରେ ବିସ୍ଫୋରଣ ହୋଇଥିଲା। ଏଥିରେ ଅନେକ ଲୋକେ ଆହତ ହୋଇଥିଲେ। ରାମେଶ୍ୱରମ କାଫେରେ ହୋଇଥିବା ବିସ୍ଫୋରଣ ଘଟଣାରେ ବେଙ୍ଗାଲୁରୁ ପୁଲିସ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା। ସେ ବେଙ୍ଗାଲୁରୁର ବାସିନ୍ଦା ବୋଲି ଜଣାପଡିଥିଲା। ରାମେଶ୍ୱରମ କାଫେରେ ବିସ୍ଫୋରଣ ଘଟଣାର ତଦନ୍ତ ଭାର ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି(ଏନଆଇଏ)କୁ ହସ୍ତାନ୍ତର କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories