www.samajalive.in
Sunday, December 7, 2025
14.1 C
Bhubaneswar

ଶୀତଦିନେ ଥଣ୍ଡା-ଜ୍ବର ସମସ୍ୟାକୁ ନେଇ ଚିନ୍ତିତ କି? ରାମବାଣ ସାଜିବ ଏହି ଚା’

ଶୀତଦିନ ଆସିଲେ ଥଣ୍ଡା ଓ ଜ୍ବର ସମସ୍ୟାକୁ ନେଇ ଅଧିକାଂଶ ଲୋକ ଚିନ୍ତିତ ଥାଆନ୍ତି। କିଛି ଲୋକଙ୍କୁ ତ ଏହିଦିନେ ଥଣ୍ଡା ଆଦୌ ଛାଡ଼େ ନାହିଁ, ଦୀର୍ଘ ଦିନ ଧରି ଲାଗି ରହିଥାଏ। ଏହିସବୁ ସମସ୍ୟାରୁ ବର୍ତ୍ତିବାକୁ ଚାହୁଁଥିଲେ, ଆପଣଙ୍କ ପାଇଁ ରାମବାଣ ସାଜିବ ରସୁଣ। ରସୁଣ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଥଣ୍ଡାକୁ ମଧ୍ୟ ଦୂର କରିଥାଏ। ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି ବାୟୋଟିକ୍ ଗୁଣରେ ଭରପୁର ରସୁଣରେ ଚା’ କରି ପିଇବା ଦ୍ବାରା ଥଣ୍ଡା ଜ୍ବର ଆଦି ଅନେକ ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିଥାଏ। ରସୁଣ ଚା’ ଶରୀରର ପାଇଁ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ରସୁଣ ଚା’ ପ୍ରସ୍ତୁତି ପ୍ରଣାଳୀ ଓ ଏହାର ଉପାଦେୟତା ବିଷୟରେ –

ପ୍ରସ୍ତୁତି ପ୍ରଣାଳୀ:

- Advertisement -

ପ୍ରଥମେ ଏକ ଗ୍ଲାସ୍ ପାଣି ନେଇ ସେଥିରେ ଏକ କୋଲା ରସୁଣ, ଛୋଟ କଟା ଅଦା ପକାଇ ଭଲ ଭାବେ ଫୁଟାନ୍ତୁ। ୧୦-୧୫ ମିନିଟ୍ ପାଣି ଫୁଟିଯିବା ପରେ ସେଥିରେ ଲେମ୍ବୁ ରସ ଓ ମହୁ ପକାଇ ପିଅନ୍ତୁ।

ରସୁଣ ଚା’ ପିଇବାର ଲାଭ:

-ରସୁଣ ଚା’ ଓଜନ କମାଇବାରେ ସାହାଯ୍ୟ କରେ।
-ପାଚନକ୍ରିୟାକୁ ତ୍ୱରାନ୍ଵିତ କରିବାରେ ମଧ୍ୟ ରସୁଣ ଚା’ ସହାୟକ ହୋଇଥାଏ।
-ଥଣ୍ଡା, କାଶ, ସର୍ଦ୍ଦି ଆଦି ରୋଗରେ ପୀଡ଼ିତ ଥିଲେ ଦିନକୁ ଦୁଇ ଥର ରସୁଣ ଚା’ପିଅନ୍ତୁ। ଖୁବଶୀଘ୍ର ଉପଶମ ମିଳିବ।
-ହୃଦରୋଗୀଙ୍କ ପାଇଁ ଏହି ଚା’ରାମବାଣ ସାବ୍ୟସ୍ତ ହୋଇଥାଏ।
– ରସୁଣ ଚା’ଶରୀରର ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories