www.samajalive.in
Saturday, December 6, 2025
14.1 C
Bhubaneswar

ତ୍ବଚାକୁ ସୁସ୍ଥ ଓ ଚମକପ୍ରଦ ରଖିବାର ସର୍ବୋତ୍ତମ ଉପାୟ ବାମ୍ଫ

ସାଧାରଣତଃ ଏକ ସୁନ୍ଦର ଓ ଆକର୍ଷଣୀୟ ତ୍ବଚା ପାଇବାକୁ ସମସ୍ତେ ଚାହାନ୍ତି। ଖାସ୍‌ କରି ମହିଳାମାନେ ନିଜ ତ୍ବଚାକୁ ନେଇ ଅଧିକ ସଚେତନ। ନିଜ ଦୈନନ୍ଦିନ ଜୀବନରେ ମଧ୍ୟ ମହିଳାମାନେ ନିଜ ତ୍ୱଚା ପାଇଁ କିଛି ସମୟ ଦେଇଥାଆନ୍ତି ଓ ତ୍ବଚାର ଯତ୍ନ ନେଇଥାଆନ୍ତି। ସମସ୍ତେ ପ୍ରାୟ ଫେସ୍‌ପ୍ୟାକ୍‌ ବ୍ୟବହାର କରିବା କିମ୍ବା ଫେସିଆଲ ଆଦି କରୁଥିବା ବେଳେ ତ୍ବଚା ପାଇଁ ଷ୍ଟିମିଙ୍ଗ୍‌ ବା ବାମ୍ଫର ଆବଶ୍ୟକତା ବିଷୟରେ ହୁଏତ ଖୁବ କମ୍ ଲୋକ ଜାଣନ୍ତି। ବାମ୍ଫ ତ୍ବଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର କରି ତ୍ବଚାକୁ ଉଜ୍ଜ୍ଵଳ ତଥା ଚମକପ୍ରଦ କରିବାରେ ବିଶେଷ ଭାବେ ସହାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ନିୟମିତ ବ୍ୟବଧାନରେ ତ୍ବଚାକୁ ବାମ୍ଫ ଦେଲେ କଣ ଲାଭ ମିଳେ ଓ ବାମ୍ଫ ନେବାର ଉପାୟ ବିଷୟରେ-

ଜାଣନ୍ତୁ କେମିତି କରିବେ ଷ୍ଟିମିଙ୍ଗ୍‌:

- Advertisement -

ଏମିତିରେ ତ ବଜାରରେ ବିଭିନ୍ନ ପ୍ରକାରର ଷ୍ଟିମର ଉପଲବ୍ଧ ହେଉଛି। ଯେଉଁ ସବୁର ବ୍ୟବହାର କରି ଆପଣ ଅତି ସହଜରେ ନିଜ ଚେହେରାକୁ ବାମ୍ଫ ଦେଇ ପାରିବେ। କିନ୍ତୁ ଘରେ ମଧ୍ୟ ଆପଣ ସହଜରେ ବାମ୍ଫ ନେଇପାରିବେ। ଏକ ପାତ୍ରରେ ଗରମ ପାଣି ନିଅନ୍ତୁ।  ଗରମ ପାଣି ଥିବା ପାତ୍ର ଉପରେ ମୁହଁ ଦେଖାଇ ଏକ ବଡ଼ ଟାୱେଲରେ ମୁହଁକୁ ଘୋଡ଼ାଇ ରଖନ୍ତୁ। ପାଣିରୁ ବାହାରୁଥିବା ବାମ୍ଫ ଆପଣଙ୍କ ତ୍ୱଚାରେ ପଶି ତ୍ୱଚା ଭିତରୁ ଧୂଳି ମଳି ସବୁକୁ ବାହାର କରିଦେବ। ଏମିତି ୫ ରୁ ୧୦ ମିନିଟ ପାଇଁ କରନ୍ତୁ ।
ବାମ୍ଫ ନେବା ଦ୍ବାରା କଣ ମିଳେ ଲାଭ:

ତ୍ବଚା ଉପରେ ଧୂଳି, ମାଟି, ଅପରିଷ୍କାର ପଦାର୍ଥ ଜମିବା ଦ୍ବାରା ତ୍ୱଚା ନିଜ ଚମକ ହରାଇବସେ। ଏ ସମସ୍ୟାକୁ ଦୂର କରିବା ପାଇଁ ଷ୍ଟିମିଙ୍ଗ ହେଉଛି ସର୍ବୋତ୍ତମ ଉପାୟ। ଏହା ଦ୍ବାରା ତ୍ୱଚା ଭିତରୁ ସଫା ହେବା ସହ ଉଜ୍ଜ୍ୱଳ ହୋଇଥାଏ। ସଫା ହେଲେ ତ୍ବଚା ମଧ୍ୟ ଭଲ ଭାବେ ନିଃଶ୍ୱାସ ନେଇପାରିଥାଏ।

ନିୟମିତ ଭାବେ ଏହିପରି ବାମ୍ଫ ନେବା ଦ୍ୱାରା ଚେହେରାରୁ ବ୍ଲାକ ହେଡ଼ସ୍‌, ହ୍ୱାଇଟ ହେଡ଼ସ୍‌ ଦୂର ହେବା ସହ ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହା ବ୍ୟତୀତ ବୟସାଧିକ ଚିହ୍ନ ଦୂର ହେବା ସହ ତ୍ବଚାରେ ଚମକ ଆସିଥାଏ। ସପ୍ତାହକୁ ଅତି କମରେ ଦୁଇ ଥର ତ୍ବଚାକୁ ବାମ୍ଫ ଦିଅନ୍ତୁ ଓ ଫରକ ନିଜେ ଅନୁଭବ କରନ୍ତୁ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories