www.samajalive.in
Saturday, December 6, 2025
15.1 C
Bhubaneswar

କଳାହାଣ୍ଡି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ମେଗା ରକ୍ତଦାନ ଶିବିର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଜିଲା ପୁଲିସ କାର୍ଯ୍ୟାଳୟ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତଦାନ ଶିବିରକୁ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବାତୁଲା ଗଙ୍ଗାଧର ଉଦଘାଟନ କରିଥିବା ବେଳେ ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଜଗୁଲାଲ ଅଗ୍ରୱଲ, ରିଜର୍ଭ ଇନ୍ସପେକ୍ଟର ଏ ରାଓ, ଟାଉନ ଥାନା ଅଧିକାରୀ ସତ୍ୟ ନନ୍ଦ ସମେତ ବିଭିନ୍ନ ସଂଗଠନର କାର୍ମକର୍ତ୍ତା ଉପସ୍ଥିତ ଥିଲେ।

ପୁଲଓ୍ବାମା ସହିଦଙ୍କ ସ୍ମୃତି ରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୧୬୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ ବିଜୁ ଯୁବ ବାହିନୀର ଜିଲ୍ଲା ସଂଯୋଜକ ଅବିନାଶ ଠାକୁର, ଡଃ ଦିବ୍ୟଜ୍ୟୋତି ପୃଷ୍ଟି, ରୋଜାଲିନ ପଣ୍ଡା, ପଞ୍ଚାନନ ଦାସ, ବିକାଶ ମୁଣ୍ଡ, ଗିରିସ ନାଏକ, ଶ୍ରାବଣୀ ନାଏକଙ୍କ ସମେତ ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଶିବିରରେ ମା’ ମାଣିକେଶ୍ବରୀ ଅଟୋ ଚାଳକ ସଂଘ, ପୁଲିସ କର୍ମଚାରୀ, ସିଆରପିଏଫ ଯବାନ, ଶିଳ୍ପ ତାଲିମ ଅନୁଷ୍ଠାନ, ବିକାଶ +୩ମହାବିଦ୍ୟାଳୟ, ପ୍ରଗତି ମହାବିଦ୍ୟାଳୟ ପ୍ରମୁଖ ଅନୁଷ୍ଠାନର ସ୍ଵେଚ୍ଛାସେବୀ ଯୋଗ ଦେଇ ରକ୍ତଦାନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories