ଡ଼େରାଡୁନ୍: ଉତ୍ତରାଖଣ୍ଡର କ୍ୟାଣ୍ଟ ଥାନା ଅନ୍ତର୍ଗତ ଭାରତୀୟ ମିଲିଟାରୀ ଏକାଡ଼େମୀ( ଆଇଏମଏ) ନିକଟରେ ଏକ ଚଳନ୍ତା କାର ଉପରେ ଗୋଟିଏ ଗଛ ପଡ଼ିଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଓ ଝିଅ ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ପ୍ରିୟଙ୍କା ଗୁପ୍ତା (୩୬) ବୋଲି ଜଣାପଡ଼ିଛି।
ପୁଲିସ ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ପ୍ରେମନଗରରୁ ଉକ୍ତ କାରଟି ଆଇଏମମ ନିକଟ ଦେଇ ଯାଉଥିବାବେଳେ ରାସ୍ତା କଡ଼ରେ ଥିବା ଏକ ଗଛ ଗାଡ଼ି ଉପରେ ପଡ଼ି ଯାଇଥିଲା। ଗଛଟି ଉଇ ଲାଗି ଦୁର୍ବଳ ହୋଇଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର ଭିତରୁ ଆହତମାନଙ୍କୁ ଉଦ୍ଧାର କରି ନିକଟ ହସ୍ପିଟାଲରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ଡ଼ାକ୍ତର ପ୍ରିୟଙ୍କାଙ୍କୁ ମୃତ ଘୋଷଣା କରିଥିଲେ। ସେ କାରର ପଛ ସିଟରେ ବସିଥିଲେ।
ଚଳନ୍ତା କାର ଉପରେ ପଡ଼ିଲା ଗଛ, ମହିଳା ମୃତ
Popular Categories



