ଅପରାହ୍ନ ୩ଟା ଯାଏଁ ବିଧାନସଭା ଗୃହ ମୁଲତବୀ
ଭୁବନେଶ୍ୱର: ଶନିବାର ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭ ପୂର୍ବରୁ ବିରୋଧୀମାନଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରାଯାଇଥିଲା। ପରେ ସମାନ ପରିସ୍ଥିତି ଉପୁଜିବାରୁ ପୁଣି ଦିନ ୩ଟା ପର୍ଯ୍ୟନ୍ତ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଗୃହ ମୁଲତବୀ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ବଜେଟ ଅଧିବେଶନର ଦ୍ୱିତୀୟ ଦିନର ଆରମ୍ଭରେ ପ୍ରଶ୍ନକାଳ ପୂର୍ବରୁ ବିରୋଧୀମାନେ ହୋହଲ୍ଲା ଆରମ୍ଭ କରିଥିଲେ। ଫଳରେ ଦିନ ୧୧ଟା ୩୦ ଯାଏଁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଗୃହ ମୁଲତବୀ ଘୋଷଣା କରିଥିଲେ।
Comments are closed.