www.samajalive.in
Saturday, December 6, 2025
26.1 C
Bhubaneswar

ଟ୍ରମ୍ପଙ୍କ ୩ ଘଣ୍ଟାର ଗସ୍ତ ପାଇଁ ଖର୍ଚ୍ଚ ହେବ ୧୦୦ କୋଟି

ଅହମ୍ମଦାବାଦ: ଆସନ୍ତା ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିବେ। ଏହି ସମୟରେ ସେ ୨୪ ତାରିଖରେ ଗୁଜରାଟର ଅହମ୍ମଦାବାଦ ଗସ୍ତ କରିବେ। ଅହମ୍ମଦାବାଦରେ ସେ ୩ ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ୩ ଘଣ୍ଟାର ଗସ୍ତ ପାଇଁ ରାଜ୍ୟ ସରକାର ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି। ଟ୍ରମ୍ପଙ୍କ ସ୍ବାଗତଠାରୁ ଆରମ୍ଭ କରି ବିଦାୟ ପର୍ଯ୍ୟନ୍ତ, ଏହା ସହିତ ସହରକୁ ଚାକଚକ୍ୟ କରିବା, ଆତିଥ୍ୟ ସତ୍କାର ଏବଂ ଅନ୍ୟାନ୍ୟ ବାବଦରେ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଟ୍ରମ୍ପଙ୍କ ଗସ୍ତ ଏବଂ କାର୍ଯ୍ୟକ୍ରମର ଆୟୋଜନ ଦାୟିତ୍ଵରେ ଥିବା ଆୟୋଜକମାନଙ୍କଠାରୁ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଟ୍ରମ୍ପଙ୍କ ସ୍ବାଗତରେ ଅର୍ଥ ବାଧକ ନ ରହିବା ଉଚିତ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଆୟୋଜକମାନଙ୍କୁ କହିଛନ୍ତି।

ଅହମ୍ମଦାବାଦ ମହାନଗର ନିଗମ(ଏଏମସି) ଏବଂ ଅହମ୍ମଦାବାଦ ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ(ଏୟୁଡିଏ) ସହରର ସୌନ୍ଦର୍ଯ୍ୟକରଣ, ରାସ୍ତାର ଉନ୍ନତିକରଣ ଆଦିରେ ମିଳିତ ଭାବେ ୧୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ୧୭ଟି ରାସ୍ତାର ଉନ୍ନତିକରଣରେ ୬୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ରାସ୍ତାର ସୌନ୍ଦର୍ଯ୍ୟକରଣ ଲାଗି ୬ କୋଟି ଖର୍ଚ୍ଚ ହେବ। ସେହିପରି ଏୟୁଡିଏ ରାସ୍ତାକାମରେ ୨୦ କୋଟି ଖର୍ଚ୍ଚ କରିବ। ସେହିପରି ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାରେ ୧୨ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ମୋଟେରା ଷ୍ଟାଡିୟମରେ ହେବାକୁ ଥିବା କାର୍ଯ୍ୟକ୍ରମରେ ୧ ଲକ୍ଷ ଅତିଥିଙ୍କୁ ନେବା ଆଣିବା ଏବଂ ଖାଦ୍ୟ ପାନୀୟରେ ୭ରୁ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ତେବେ ମୋଟ ଯେଉଁ ପରିମାଣର ଅର୍ଥ ଖର୍ଚ୍ଚ କରାଯିବ ସେଥିରୁ ସିଂହଭାଗ ରାଜ୍ୟ ସରକାର ବହନ କରିବେ। କେନ୍ଦ୍ର ସରକାର ଅଳ୍ପ କିଛି ବହନ କରିବେ ବୋଲି ଜଣାପଡ଼ିଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories