www.samajalive.in
Wednesday, December 10, 2025
18.1 C
Bhubaneswar

ଲବଙ୍ଗ : କୌଣସି ମହୌଷଧୀରୁ କମ୍‍ ନୁହେଁ

ସାଧାରଣତଃ ଲବଙ୍ଗକୁ ଆମେ ପାନରେ ଦେଇ ଖାଇଥାଉ ଓ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଅନେକ ସମୟରେ ଲବଙ୍ଗକୁ ଏକ ମସଲା ଭାବେ ବ୍ୟବହାର କରିଥାଉ। ହେଲେ ଆପଣ ଜାଣନ୍ତି କି, କେବଳ ଏତିକି ନୁହେଁ ଏହା ଆମ ଶରୀରର ଅନେକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ତେବେ ଛୋଟ ଛୋଟ ସମସ୍ୟା ପାଇଁ ଆମେ ଔଷଧ ଖାଇବା ବଦଳରେ ଲବଙ୍ଗକୁ ବ୍ୟବହାର କରି ସମସ୍ୟା ଦୂର କରିପାରିବା। ଚାଲନ୍ତୁ ଜାଣିବା ଲବଙ୍ଗର ବ୍ୟବହାର କିପରି ଆମର ଅନେକ ସମସ୍ୟା ଦୂର କରିଥାଏ –

ପେଟ ଦରଜ– ଯଦି ଆପଣଙ୍କ ସବୁବେଳେ ପେଟ ଦରଜ ବା ପାଚନ ଜନିତ ସମସ୍ୟା ରହୁଛି ତାହାଲେ ରାତିରେ ଶୋଇବା ଆଗରୁ ଗରମ ପାଣିରେ ୨ଟି ଲବଙ୍ଗ ଫୁଟାଇ ସେହି ପାଣି ପିଅନ୍ତୁ। ଦୁଇଟି ଲବଙ୍ଗ ଚୋବାଇ ଖାଇଲେ ମଧ୍ୟ ଏହାର ଲାଭ ଆପଣ କମ୍ ଦିନରେ ପାଇପାରିବେ।

- Advertisement -

ମୁଣ୍ଡ ବିନ୍ଧା- ପେଟ ଦରଜ ସହ ଏହା ମୁଣ୍ଡ ବିନ୍ଧା ମଧ୍ୟ ଭଲ କରିବାରେ ସହାୟକ ହୋଇଥାଏ। ଯେତେବେଳେ ମୁଣ୍ଡ ବିନ୍ଧା ହେଉଛି ସେତେବେଳେ ପାଣିରେ ଦୁଇଟି ଲବଙ୍ଗ ଫୁଟାଇ ପାଣି ପିଅନ୍ତୁ। ଦେଖିବେ ବହୁତ କମ୍ ସମୟ ମଧ୍ୟରେ ଆପଣଙ୍କ ମୁଣ୍ଡ ବିନ୍ଧା କମ୍ ହୋଇଯିବ।

ଗଳା ଦରଜ- ପାଣିପାଗରେ ପରିବର୍ତ୍ତନ ହେଲେ ଥଣ୍ଡା ହେବା ସହ ଗଳାରେ ଦରଜ ହୋଇଥାଏ। ଦରଜ ଯୋଗୁଁ ଖାଇବା ପିଇବାରେ ଅସୁବିଧା ହେଉଥିଲେ ଏକ ଲବଙ୍ଗ ଚୋବାଇ ଦିଅନ୍ତୁ ବା ଗୋଟେ ଲବଙ୍ଗକୁ ପାଟିରେ ଜାକି ଧିରେ ଧିରେ ରସ ଢ଼ୋକନ୍ତୁ। ଏହା ଦ୍ୱାରା ଗଳା ଦରଜ କମିଯିବ।

ଥଣ୍ଡା- ଥଣ୍ଡା ଏକ ସାଧାରଣ ରୋଗ। ଥଣ୍ଡା ଭଲ କରିବା ପାଇଁ ଆମେ ଅନେକ ଘରୋଇ ଉପଚାର କରିଥାଉ। ତେବେ ଲବଙ୍ଗ ଦ୍ୱାରା ମଧ୍ୟ ଆମେ ଥଣ୍ଡା ଭଲ କରିପାରିବା। ଗୋଟିଏ ଚାମଚ ମହୁରେ ଗୋଟିଏ ଲବଙ୍ଗ ମିଶାଇ ଖାଆନ୍ତୁ। ଏହା ଦ୍ୱାରା ଥଣ୍ଡା ଭଲ ହୋଇଯିବ।

ମୁହଁ ବ୍ରଣ- ମୁହଁରେ ବ୍ରଣ ହେବା ଏକ ସାଧାରଣ ସମସ୍ୟା। ଏହି କାରଣରୁ ଅନେକ ବିଭିନ୍ନ ପ୍ରକାର ଫେସ୍ ପ୍ୟାକ୍ ବା କ୍ରିମ୍ ବ୍ୟବହାର କରିଥାନ୍ତି। ତେଣୁ ଆପଣ ଯେତେବେଳେ ଫେସ୍ ପ୍ୟାକ୍ ବ୍ୟବହାର କରୁଛନ୍ତି ସେତେବେଳେ ସେଥିରେ କିଛି ଲବଙ୍ଗ ତେଲ ପକାଇ ଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ମୁହଁରେ ବ୍ରଣ ଭଲ ହୋଇଯିବା ସହ ତ୍ୱଚା ଉଜ୍ୱଳ ହୋଇଉଠିବ।

ପାଟିରୁ ଦୁର୍ଗନ୍ଧ ହେଉଥିଲେ- ଅନେକଙ୍କର ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ଲବଙ୍ଗ ଦ୍ୱାରା ଏହାକୁ ଆମେ ଦୂର କରିପାରିବା। ଲବଙ୍ଗ ତେଲ ସହ ଚିନି ମିଶାଇ ଖାଆନ୍ତୁ। ଏହା ଦ୍ୱାରା ପାଟି ଦୁର୍ଗନ୍ଧ ହେବନାହିଁ।

ଦାନ୍ତବିନ୍ଧା- ଦାନ୍ତ ପାଇଁ ଲବଙ୍ଗ ଏକ ଉପକାରୀ ଜିନିଷ। ଦାନ୍ତ ବିନ୍ଧା ହେଉଥିଲେ ଲବଙ୍ଗ ଦାନ୍ତ ମୂଳରେ ରଖିଲେ ଦାନ୍ତ ବିନ୍ଧା ଦୂର ହୋଇଥାଏ । ଏହା ନିୟମିତ ବ୍ୟବହାର କରିବା ଦ୍ୱାରା ଦାନ୍ତ ମଜଭୁତ୍ ହେବା ସହ ଦାନ୍ତ ଜନିତ କୌଣସି ସମସ୍ୟା ରହେ ନାହିଁ।

ଆଣ୍ଠୁଗଣ୍ଠି ଦରଜ- ଆଣ୍ଠୁଗଣ୍ଠି ବା ଅଣ୍ଟା ଦରଜ ହେଉଥିଲେ ଲବଙ୍ଗ ତେଲକୁ ମାଲିସ୍ କରନ୍ତୁ। ଲବଙ୍ଗ ତେଲ ଆୟୁର୍ବେଦିକ ଔଷଧ ଦୋକାନଗୁଡ଼ିକରେ ଉପଲବ୍ଧ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories