www.samajalive.in
Tuesday, December 9, 2025
15.1 C
Bhubaneswar

ଜଳ ନିଷ୍କାସନ ଓ ପିଇବା ପାଣି ଦାବିରେ ଆଇଓସିଏଲ୍‍ ରାସ୍ତା ଅବରୋଧ

ପାରାଦୀପ: ତୈଳ ବିଶୋଧନାଗାର ମୁଖ୍ୟରାସ୍ତାକୁ ଶତାଧିକ ଗ୍ରାମବାସୀ ଅବରୋଧ କରିଛନ୍ତି। ବୁଧବାର ସକାଳୁ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ପାରାଦୀପ ତୈଳ ବିଶୋଧନାଗାର ମୁଖ୍ୟରାସ୍ତାକୁ ରଙ୍ଗିଆଗଡ ପୋଲ ନିକଟରେ ଅବରୋଧ କରିଛନ୍ତି। ବିଶୋଧନାଗାର ଭିତରୁ ତିନିଟି ଡ୍ରେନ୍ ଆସି ଟାଉନସିପ୍ ପଛପଟ ଦେଇ ନିହାରୁଣି ନଦୀରେ ପଡିବା ଯୋଗୁଁ ବାଲି, ମାଟି, ଜରି ଓ ଅଳିଆ ଆବର୍ଜନାରେ ନଦୀ ପୋତି ହୋଇଯାଇଛି। ଫଳରେ ନଦୀକୁ ସଫା କରା ନଯିବାରୁ ବର୍ଷାଜଳ ନଦୀରେ ପ୍ରବାହିତ ନ ହୋଇ ଗାଁ ଭିତରେ ପଶୁଥିବାରୁ ନଦୀଜଳ ଦୁର୍ଗନ୍ଧ ହେଉଛି। ସେହିଭଳି ନିହାରୁଣି ଗ୍ରାମକୁ କମ୍ପାନୀ କର୍ତୃପକ୍ଷ ପାଇପ ଯୋଗେ ପାନୀୟଜଳ ଯୋଗାଇ ଦେବାପାଇଁ ବାରମ୍ବାର ପ୍ରତିଶୃତି ଦେଉଥିଲେ ମଧ୍ୟ ତାହା ନ କରି ଟ୍ରାକ୍ଟର ଯୋଗେ ପାନୀୟଜଳ ଯୋଗାଉଛନ୍ତି। ଯାହା ପର୍ୟ୍ୟାପ୍ତ ନୁହେଁ। ତେବେ ଏହାକୁ ନେଇ ଦୀର୍ଘଦିନ ଧରି ଚାନ୍ଦିନୀପଡା, ରଙ୍ଗିଆଗଡ, ନିହାରୁଣୀ, କତକୁଲା, ଚୁନ,ବଗଦିଆ, ଝିମାଣି, କୋଠି ଓ ସିଜୁ ଭଳି ବିଭିନ୍ନ ଗ୍ରାମର ଗ୍ରାମବାସୀ ଦାବିକରି ଆସୁଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି। ତେଣୁ ସେମାନେ ଆଜି ବାଧ୍ୟହୋଇ ରାସ୍ତା ଅବରୋଧ କରିଛନ୍ତି । ଯାହା ଫଳରେ ତୈଳବିଶୋଧନାଗାରକୁ ସମସ୍ତ ଗାଡି ମଟର ଯାତାୟତ ବନ୍ଦ ହୋଇଯାଇଛି । ତେବେ ଦାବି ପୁରଣ ନହେବା ଯାଏ ରାସ୍ତା ଅବରୋଧ ଜାରି ରହିବ ବୋଲି ଧାରଣାକାରୀମାନେ କହିଛନ୍ତି । ଘଟଣାସ୍ଥଳରେ ଜଗତସିଂହପୁର ସାଂସଦ ଓ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି । କିନ୍ତୁ ଧାରଣାକାରୀମାନେ ନିଜ ଜିଦରେ ଅଟଳ ରହି ରାସ୍ତାରୋକ ଜାରି ରଖିଛନ୍ତି । ଅନ୍ୟପଟେ ତୈଳବିଶୋଧନା କର୍ତୃପକ୍ଷଙ୍କ ସହିତ ଧାରଣାକାରୀ ଓ ଜିଲ୍ଲା ପ୍ରଶାସନର ଆଲୋଚନା ଆରମ୍ଭ ହୋଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories