www.samajalive.in
Monday, December 8, 2025
14.1 C
Bhubaneswar

ଆଧାର ବୈଧ; ବାଧ୍ୟତାମୂଳକ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ‘ଆଧାର’ର ସାମ୍ବିଧାନିକ ବୈଧତା ନେଇ ରହିଥିବା ବାଦବିବାଦର ଅବସାନ ଘଟିଛି। ଦୀର୍ଘ ୩୮ ଦିନର ଶୁଣାଣି ପରେ ବୁଧବାର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଚାରପତି ଏ କେ ସିକ୍ରି, ବିଚାରପତି ଏ ଏମ ଖାନ୍‍ୱିଲକର, ବିଚାରପତି ଅଶୋକ ଭୂଷଣ, ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ‘ଆଧାର’ର ସାମ୍ବିଧାନିକ ବୈଧତାକୁ କାଏମ ରଖିଛନ୍ତି। ଏଥିସହିତ ‘ଆଧାର’ ବାଧ୍ୟତାମୂଳକ ନୁହେଁ ବୋଲି ମଧ୍ୟ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।
‘ଆଧାର’ ସପକ୍ଷରେ ୪ ଜଣ ଓ ବିପକ୍ଷରେ ଜଣେ ବିଚାରପତି ରାୟ ଦେଇଛନ୍ତି। ତେଣୁ ମତାଧିକ୍ୟ ଆଧାରରେ ରାୟ ଗୃହୀତ ହୋଇଛି। ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ ଏମ ଖାନ୍‍ୱିଲକର ଓ ବିଚାରପତି ଏ କେ ସିକ୍ରିଙ୍କ ରାୟକୁ ବିଚାରପତି ଏ କେ ସିକ୍ରି ରାୟ ପଢ଼ି ଶୁଣାଇଛନ୍ତି। ବିଚାରପତି ଅଶୋକ ଭୂଷଣ ଉପରୋକ୍ତ ତିନି ଜଣ ବିଚାରପତିଙ୍କ ରାୟକୁ ସମର୍ଥନ କରିଥିବା ବେଳେ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଆଧାରର ସାମ୍ବିଧାନିକ ବୈଧତାକୁ ବିରୋଧ କରିଥିଲେ।
ମତାଧିକ୍ୟ ଆଧାରରେ ଗୃହୀତ ରାୟରେ ଉଲ୍ଲେଖ ରହିଛି ଯେ ଆଧାରରେ ଥିବା ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ। ଏହାର ନକଲ କରାଯାଇପାରିବ ନାହିଁ। ଆଧାର କାର୍ଡ ଓ ଅନ୍ୟ ପରିଚୟ ପତ୍ର ମଧ୍ୟରେ ତଫାତ ରହିଛି। ‘ଆଧାର କାର୍ଡ’ ପାଇଁ ଆବଶ୍ୟକ ବାୟୋମାଟ୍ରିକ ତଥ୍ୟ ସଂଗୃହୀତ ହୋଇସାରିବା ପରେ ତାହା ସଂରକ୍ଷିତ ହୋଇ ରହୁଛି। ଅନ୍ୟ କାହାକୁ ସେହି ସୂଚନା କିମ୍ବା ତଥ୍ୟ ହସ୍ତାନ୍ତର କରାଯାଇପାରିବ ନାହିଁ। ‘ଆଧାର’ ସାମ୍ବିଧାନିକ ଭାବେ ବୈଧ। ଏହାକୁ ବିରୋଧ କରିବା ସମ୍ବିଧାନର ବିରୋଧ ସହିତ ସମାନ। ଏବେ ‘ଆଧାର’ ଦେଶର ଗରିବ ଲୋକଙ୍କ ଶକ୍ତି ଓ ପରିଚୟ ପାଲଟିଛି। ‘ଆଧାର’ ଦ୍ୱାରା ଏକ ବୃହତ୍‍ ବର୍ଗ ଉପକୃତ ହେଉଛନ୍ତି। ‘ଆଧାର’ ପାଇଁ କମ୍‍ରୁ କମ୍‍ ତଥ୍ୟ ସଂଗ୍ରହ କରିବା ସହିତ ତଥ୍ୟକୁ ଆହୁରି ଅଧିକ ସୁରକ୍ଷିତ ରଖିବା ପାଇଁ କଡ଼ା ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଏହି ଅବସରରେ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି। ‘ଆଧାର’କୁ ଏକ ବିତ୍ତୀୟ ବିଲ୍‍ ରୂପେ ପାରିତ କରାଯାଇପାରିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

ଖଣ୍ଡପୀଠ ଆହୁରି କହିଛନ୍ତି ଯେ ‘ଆଧାର’ ପାଇଁ ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଓ ସେବାରୁ ବଞ୍ଚିତ କରାଯାଇପାରିବ ନାହିଁ। ଏଥିପାଇଁ ଆଧାର ଆଇନ୍‍ର ଧାରା ୫୭କୁ ଖଣ୍ଡପୀଠ ରଦ୍ଦ କରି କହିଛନ୍ତି ଯେ ସ୍କୁଲ୍‍ରେ ନାମ ଲେଖା ବେଳେ ‘ଆଧାର’ ଜରୁରୀ ନୁହେଁ। ଘରୋଇ କମ୍ପାନୀ କିମ୍ବା ସଂସ୍ଥା ମଧ୍ୟ ‘ଆଧାର’ ପାଇଁ କାହାକୁ ବାଧ୍ୟ କରିପାରିବେ ନାହିଁ। ‘ଆଧାର-ମୋବାଇଲ୍‍ ନଂ ଲିଙ୍କ’ ଓ ‘ଆଧାର-ବ୍ୟାଙ୍କ ଆକାଉଣ୍ଟ ଲିଙ୍କ’ ମଧ୍ୟ ବାଧ୍ୟତାମୂଳକ ନୁହେଁ। ଅବଶ୍ୟ ‘ଆଧାର-ପାନ୍‍’ ଲିଙ୍କ ବ୍ୟବସ୍ଥାକୁ ଖଣ୍ଡପୀଠ ବଳବତ୍ତର ରଖିଛନ୍ତି। ଅନୁପ୍ରବେଶକାରୀମାନେ ଯେପରି ‘ଆଧାର’ ହାସଲ କରିପାରିବେ ନାହିଁ ସେ ବିଷୟରେ ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି।

- Advertisement -

କଣ କହିଲେ ଚନ୍ଦ୍ରଚୂଡ଼

ଅପରପକ୍ଷରେ ଆବେଦନକାରୀଙ୍କ ଯୁକ୍ତିକୁ ଗ୍ରହଣ କରି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଥିଲେ ଯେ ‘ଆଧାର’ ବ୍ୟକ୍ତିଗତ ଗୋପନୀୟତା ଅଧିକାରର ଉଲ୍ଲଂଘନ କରୁଛି। ‘ଆଧାର’ରେ ସଂଗୃହୀତ ତଥ୍ୟକୁ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ମ ଦୃଷ୍ଟି ରଖିହେବ। ‘ଆଧାର’ ପାଇଁ ଆବଶ୍ୟକ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ପୂର୍ବରୁ ତଥ୍ୟ ପ୍ରଦାନକାରୀଙ୍କ ଅନୁମତି ଆଣିବାର ବ୍ୟବସ୍ଥା ନାହିଁ। ‘ଆଧାର କାର୍ଡ’ ଆଧାରରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରାଯାଉଛି ଯାହା ଗ୍ରହଣୀୟ ନୁହେଁ। ସେହିପରି ‘ଆଧାର ବିଧେୟକ’କୁ ‘ବିତ୍ତୀୟ ବିଧେୟକ’ ଭାବେ ପାରିତ କରାଯାଇଛି। କିନ୍ତୁ ଏହା ଏକ ବିତ୍ତୀୟ ବିଧେୟକ ନୁହେଁ। ‘ଆଧାର’କୁ ଲୋକସଭା ବାଚସ୍ପତି ‘ବିତ୍ତୀୟ ବିଧେୟକ’ ଭାବେ ବର୍ଗୀକରଣ କରିଥିବାରୁ ବିଧେୟକ ଉପରେ ଆଲୋଚନା ପ୍ରସଙ୍ଗରେ ରାଜ୍ୟସଭାର କ୍ଷମତା ସଂକୁଚିତ ହୋଇଛି।। ତେଣୁ ଏହାର କୌଣସି ସାମ୍ବିଧାନିକ ବୈଧତା ନାହିଁ।

କାହା ପାଇଁ ଜରୁରୀ ଆଧାର

୧- ପାନ୍‍ ନଂ ସହିତ ଆଧାର ଲିଙ୍କ
୨-ଆୟକର ରିଟର୍ଣ୍ଣ
୩-ଜନକଲ୍ୟାଣକାରୀ ଯୋଜନା ଓ ରିହାତିର ସୁବିଧା

ଆଧାର ଜରୁରୀ ନୁହେଁ

୧- ବ୍ୟାଙ୍କ ଆକାଉଣ୍ଟ ଖୋଲିବା
୨- ମୋବାଇଲ୍‍ ସିମ୍‍ କାର୍ଡ କିଣିବା
୩- ଇକମର୍ସ
୪- ବିଦ୍ୟାଳୟରେ ନାମ ଲେଖା
୫- ସିବିଏସ୍‍ସି, ୟୁଜିସି ଓ ନିଟ୍‍ ପରୀକ୍ଷା

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories