www.samajalive.in
Saturday, December 6, 2025
15.1 C
Bhubaneswar

ନିୟମିତ ଖାଲି ପେଟରେ ଖାଇଲେ ତୁଳସୀ ପତ୍ର ; ମିଳିବ ଆଶ୍ଚର୍ଯ୍ୟଜନକ ଲାଭ..

ତୁଳସୀପତ୍ର ଖୁବ୍‌‌ ପବିତ୍ର। ପ୍ରତ୍ୟେକଙ୍କ ଘର ଅଗଣାରେ ଏହା ଶୋଭା ପାଇବା ସହ ନିୟମିତ ପୂଜାର୍ଚ୍ଚନା ମଧ୍ୟ କରାଯାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି ବୋଲି ସଭିଏଁ ଜାଣନ୍ତି। ମାତ୍ର ନିୟମିତ କିଛି ପରିମାଣରେ ତୁଳସୀପତ୍ର ଚୋବାଇ ସେବନ କରିବା ଦ୍ୱାରା ପେଟ ଜନିତ ସମସ୍ତ ସମସ୍ୟା ତଥା ରୋଗ ଦୂର ହୋଇଥାଏ।

ତୁଳସୀପତ୍ର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ୍‌‌ ଉପକାରୀ। ବର୍ଷ ବର୍ଷ ଧରି ଲାଗି ରହୁଥିବା ରୋଗ ଏହି ପତ୍ରର ସେବନ ଦ୍ୱାରା ଦୂର ହୋଇଥାଏ। ବିଶେଷଜ୍ଞଙ୍କ ମତରେ ନିୟମିତ କିଛି ତୁଳସୀ ପତ୍ର ସେବନ କରିବା ଦ୍ୱାରା ଶରୀରକୁ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ। ଜାଣନ୍ତୁ..

- Advertisement -

ନିୟମିତ ସକାଳେ ତୁଳସୀପତ୍ର ଚୋବାଇ ଖାଇବା ଦ୍ୱାରା ଶାରିରୀକ ତଥା ମାନସିକ ସମସ୍ୟା ଦୂର ହୋଇଥାଏ। ଅଧିକ ଦିନ ଧରି ଲାଗି ରହିଥିବା ଥଣ୍ଡା-କାଶରୁ ମଧ୍ୟ ମୁକ୍ତି ମିଳିଥାଏ।

ଏହି ବିବାହ କାର୍ଡ ଦେଖିଲେ ଲାଗିବ ଝଟ୍‌‌କା; ପଢିଲେ ଉଡିବ ହୋସ୍‌‌, ହେଉଛି ଭାଇରାଲ..

ଅନେକ ସମୟରେ ପାଟି ଦୁର୍ଗନ୍ଧ ହୋଇଥାଏ। ପାଟି ସହ ଜଡିତ ଅନେକ ସମସ୍ୟା ପାଇଁ ଲୋକେ ଖୁବ୍‌‌ ଚିନ୍ତିତ। ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ଉତ୍ତମ ଜୀବନଶୈଳୀ ଆପଣାଇବା ଆବଶ୍ୟକ। ତୁଳସୀପତ୍ର ନିୟମିତ ସେବନ କରିବା ଦ୍ୱାରା ଏହି ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଥାଏ।

ନିୟମିତ ତୁଳସୀପତ୍ର ସେବନ କରିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ। ଚିନ୍ତାକୁ ନିୟନ୍ତ୍ରଣରେ ରଖିବା ସହ ଥକ୍କାପଣ ଦୂର କରିଥାଏ।

ଶରୀର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ନିୟମିତ ତୁଳସୀପତ୍ର ସେବନ କରିବା ଉଚିତ୍‌‌। ନିୟମିତ ଖାଲି ପେଟରେ ତୁଳସୀପତ୍ର ଖାଇବା ଦ୍ୱାରା ଏହା ବରଦାନ ଭଳି କାମ କରେ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଯାହା ଶରୀର ପାଇଁ ଲାଭଦାୟକ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories