www.samajalive.in
Friday, December 5, 2025
26.1 C
Bhubaneswar

ହୁତୁହୁତୁ ଜଳୁଛି ଜଙ୍ଗଲ, ବନବିଭାଗ ନୀରବଦ୍ରଷ୍ଟା

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତଥା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ସପ୍ତାହେ ହେଲା ନିଆଁ ଲାଗି ବ୍ୟାପକ ଜଙ୍ଗଲ ଜଳି ପୋଡ଼ି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ଯାହା ଫଳରେ ବ୍ଲକ ଅଞ୍ଚଳରେ ଆଶାତୀତ ଭାବେ ଉତ୍ତାପ ବୃଦ୍ଧି ପାଉଛି। ଏପରିକି ଅଞ୍ଚଳରେ ଦିନକୁ ଦିନ ଉତ୍ତାପ ବୃଦ୍ଧିପାଇବା ସହିତ ପ୍ରବଳ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବ୍ଲକ ଅଞ୍ଚଳରେ ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବୃକ୍ଷରୋପଣ କରାଯାଉଛି ସତ, କିନ୍ତୁ ନୂତନ ଜଙ୍ଗଲ ସୃଷ୍ଟି ହେବା ଦେଖା ଯାଉନାହିଁ। ବନୀକରଣ ଯୋଜନାଗୁଡିକରେ ମାତ୍ରାଧିକ ହରିଲୁଟ ହେଉଥିବାବେଳେ ଏଥିରେ ବନବିଭାଗର ତଳୁ ଉପର ଯାଏଁ ସମସ୍ତେ ସାମିଲ ଥିବା ଅଭିଯୋଗ ହେଉଛି। ଏପରି ଭାବେ ଜିଲାର ଏକାଧିକ ଫରେଷ୍ଟର, ରେଞ୍ଜର, ଫରେଷ୍ଟ ଗାର୍ଡ ଭିଜିଲାନ୍ସ ଜାଲରେ ପଡ଼ି ସାରିଥିବାବେଳେ ଲୋକାୟୁକ୍ତଙ୍କ ଅଦାଲତରେ ମଧ୍ୟ ଦଣ୍ଡିତ ହୋଇସାରିଛନ୍ତି। ଏହାସତ୍ତ୍ବେ ପରିସ୍ଥିତିରେ ସୁଧାର ଆସିନାହିଁ।

ସେହିପରି ବନାଗ୍ନି ରୋକିବାକୁ ଆବଶ୍ୟକ କର୍ମଚାରୀ ନିଯୁକ୍ତି ଓ ସଭା, ସମିତି, ପୋଷ୍ଟର, ବ୍ୟାନର, ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଜନ ସଚେତନତା ପାଇଁ ବନାଞ୍ଚଳର ବିଭିନ୍ନ ସେକ୍ସନ ଓ ବିଟ୍‌କୁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା କାଗଜପତ୍ରରେ ଖର୍ଚ୍ଚ ଦେଖାଇ ହଡ଼ପ କରିଦେଉଥିବା ଯୋଗୁଁ ବନବିଭାଗର ଉଦେଶ୍ୟ ପୂରଣ ହୋଇପାରୁନି। ଏଣୁ ବିଶ୍ୱନାଥପୁର ବନାଞ୍ଚଳକୁ ଆସୁଥିବା ବିଭିନ୍ନ ଯୋଜନା ଓ ଆର୍ଥିକ ଅନୁଦାନର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି। ଏ ସମ୍ପର୍କରେ ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ତଥା ଏସିଏଫ ନରୋତ୍ତମ ମାଝୀଙ୍କୁ ଯୋଗାଯୋଗ କରିବାରୁ ତାହା ସମ୍ଭବ ହୋଇପାରିନାହିଁ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories