www.samajalive.in
Monday, December 8, 2025
13.1 C
Bhubaneswar

ହୁତୁହୁତୁ ଜଳୁଛି ଜଙ୍ଗଲ, ବନବିଭାଗ ନୀରବଦ୍ରଷ୍ଟା

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତଥା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ସପ୍ତାହେ ହେଲା ନିଆଁ ଲାଗି ବ୍ୟାପକ ଜଙ୍ଗଲ ଜଳି ପୋଡ଼ି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ଯାହା ଫଳରେ ବ୍ଲକ ଅଞ୍ଚଳରେ ଆଶାତୀତ ଭାବେ ଉତ୍ତାପ ବୃଦ୍ଧି ପାଉଛି। ଏପରିକି ଅଞ୍ଚଳରେ ଦିନକୁ ଦିନ ଉତ୍ତାପ ବୃଦ୍ଧିପାଇବା ସହିତ ପ୍ରବଳ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବ୍ଲକ ଅଞ୍ଚଳରେ ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବୃକ୍ଷରୋପଣ କରାଯାଉଛି ସତ, କିନ୍ତୁ ନୂତନ ଜଙ୍ଗଲ ସୃଷ୍ଟି ହେବା ଦେଖା ଯାଉନାହିଁ। ବନୀକରଣ ଯୋଜନାଗୁଡିକରେ ମାତ୍ରାଧିକ ହରିଲୁଟ ହେଉଥିବାବେଳେ ଏଥିରେ ବନବିଭାଗର ତଳୁ ଉପର ଯାଏଁ ସମସ୍ତେ ସାମିଲ ଥିବା ଅଭିଯୋଗ ହେଉଛି। ଏପରି ଭାବେ ଜିଲାର ଏକାଧିକ ଫରେଷ୍ଟର, ରେଞ୍ଜର, ଫରେଷ୍ଟ ଗାର୍ଡ ଭିଜିଲାନ୍ସ ଜାଲରେ ପଡ଼ି ସାରିଥିବାବେଳେ ଲୋକାୟୁକ୍ତଙ୍କ ଅଦାଲତରେ ମଧ୍ୟ ଦଣ୍ଡିତ ହୋଇସାରିଛନ୍ତି। ଏହାସତ୍ତ୍ବେ ପରିସ୍ଥିତିରେ ସୁଧାର ଆସିନାହିଁ।

ସେହିପରି ବନାଗ୍ନି ରୋକିବାକୁ ଆବଶ୍ୟକ କର୍ମଚାରୀ ନିଯୁକ୍ତି ଓ ସଭା, ସମିତି, ପୋଷ୍ଟର, ବ୍ୟାନର, ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଜନ ସଚେତନତା ପାଇଁ ବନାଞ୍ଚଳର ବିଭିନ୍ନ ସେକ୍ସନ ଓ ବିଟ୍‌କୁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା କାଗଜପତ୍ରରେ ଖର୍ଚ୍ଚ ଦେଖାଇ ହଡ଼ପ କରିଦେଉଥିବା ଯୋଗୁଁ ବନବିଭାଗର ଉଦେଶ୍ୟ ପୂରଣ ହୋଇପାରୁନି। ଏଣୁ ବିଶ୍ୱନାଥପୁର ବନାଞ୍ଚଳକୁ ଆସୁଥିବା ବିଭିନ୍ନ ଯୋଜନା ଓ ଆର୍ଥିକ ଅନୁଦାନର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି। ଏ ସମ୍ପର୍କରେ ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ତଥା ଏସିଏଫ ନରୋତ୍ତମ ମାଝୀଙ୍କୁ ଯୋଗାଯୋଗ କରିବାରୁ ତାହା ସମ୍ଭବ ହୋଇପାରିନାହିଁ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories