www.samajalive.in
Sunday, December 7, 2025
26.1 C
Bhubaneswar

ଚମତ୍କାରୀ ଗୁଣରେ ଭରପୂର କର୍ପୂର

ସାଧାରଣତଃ କର୍ପୂର ପ୍ରାୟତଃ ସମସ୍ତଙ୍କ ଘରେ ଥିବ। ହେଲେ ସ୍ବାସ୍ଥ୍ୟ ପ୍ରତି ଏହା କେତେ ଉପକାରୀ ଏହା ହୁଏତ ଖୁବ୍ କମ୍ ଲୋକେ ଜାଣିଥିବେ। ଉଭୟ ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଏହା ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା କର୍ପୂରର ଚମତ୍କାରୀ ଗୁଣ ବିଷୟରେ –

-ପେଟ ଯନ୍ତ୍ରଣା ହେଉଥିଲେ, କର୍ପୂର ସହ ଜୁଆଣୀ ଏବଂ ପୋଦିନାକୁ ସର୍ବତରେ ମିଶାଇ ପିଇବା ଦ୍ୱାରା ଆରାମ ମିଳିଥାଏ।

- Advertisement -

-ଥଣ୍ଡା, ଜ୍ୱର ଏବଂ ଫୁସ୍‌ଫୁସ୍‌ ସମ୍ବନ୍ଧୀୟ ସମସ୍ୟା ଭୋଗୁଥିଲେ କର୍ପୂର ସୁଂଘିବା ଦ୍ୱାରା ଲାଭ ମିଳିଥାଏ।

-ପାଦ ଫାଟିଥିଲେ ଏହାର ଅଭ୍ୟର୍ଥ ଔଷଧ ହେଉଛି କର୍ପୂର। ଉଷୁମ ପାଣିରେ କର୍ପୂର ମିଶାନ୍ତୁ ଏହାପରେ ସେହି ପାଣିରେ ପାଦକୁ ବୁଡାଇ ୧୫ ରୁ ୨୦ ମିନିଟ୍‌ ରଖନ୍ତୁ। ଏହାଦ୍ବାରା ପାଦ ଫଟାରୁ ଆରାମ ମିଳିଥାଏ।

-ତ୍ୱଚା ଲାଲ୍‌ ହୋଇଯାଇଥିଲେ କର୍ପୂରକୁ ଅଳ୍ପ ପାଣିରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏହାପରେ ଲାଲ୍‌ ପଡିଥିବା ସ୍ଥାନରେ ଏହାକୁ ଲଗାନ୍ତୁ।

-କେଶ ଝଡ଼ୁଥିଲେ, କର୍ପୂର ତେଲରେ ନଡିଆ ତେଲ ମିଶାଇ ଲଗାଇବା ଦ୍ୱାରା ଏହି ସମସ୍ୟାରୁ ଧୀରେ ଧୀରେ ମୁକ୍ତି ମିଳିଥାଏ। ରୂପି ସମସ୍ୟା ଦୂର କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ।

-ଆଣ୍ଠୁ ଯନ୍ତ୍ରଣା ହେଉଥିଲେ, କର୍ପୂର ତେଲ ମାଲିସ୍‌ କରିବା ଦ୍ୱାରା ଆରାମ ମିଳିଥାଏ। ଏହା ଆଣ୍ଠୁ ଗଣ୍ଠି ସମସ୍ୟା ଥିବା ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାସହିତ ମାଂସପେଶୀରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories