www.samajalive.in
Wednesday, December 10, 2025
17.1 C
Bhubaneswar

ବେଲଗାଁ ହାଟ ବନ୍ଦ ଘୋଷଣା କଲେ ସରପଂଚ

ବେଲଗାଁ : କରୋନା ମହାମାରି ପ୍ରକୋପ ବୃଦ୍ଧି ନେଇ ସତର୍କତା ଦୃଷ୍ଟିରୁ ଆସନ୍ତା ମଙ୍ଗଲବାର ୪ ତାରିଖ ପର୍ଯ୍ୟନ୍ତ ବେଲଗାଁ ହାଟ ବନ୍ଦ ଘୋଷଣା ହୋଇଛି। ବେଲଗାଁ ସରପଂଚ ଶିର ରଣା ଏନେଇ ନିଜ ଜିଲାପାଲ କ୍ଷମତା ପ୍ରୟୋଗ ସହ ଗୋଟିଏ ପାଳି ପାଇଁ ସାପ୍ତାହିକ ହାଟ ବନ୍ଦ ନିର୍ଦ୍ଦେଶ ଜାରି କରିଛନ୍ତି। ବଲାଙ୍ଗିର ତଥା କଲାହାଣ୍ଡି ଜିଲା ସୀମାନ୍ତ ବେଲଗାଁ ସାପ୍ତାହିକ ହାଟରେ ପ୍ରାୟତଃ ଅସମ୍ଭାଲ ଭିଡ ପରିଲକ୍ଷିତ ହୋଇଛି। ହାଟକୁ ବଲାଙ୍ଗିର ଜିଲା ତଥା କଲାହାଣ୍ଡି ଜିଲାର ବିଭିନ୍ନ ପ୍ରାନ୍ତରୁ ବେପାରି ତଥା ହଜାର ହଜାର ସଂଖ୍ୟାରେ ଗ୍ରାହକଙ୍କ ସମାଗମ ହୋଇଥାଏ। ବଲାଙ୍ଗିର ଜିଲାପାଳଙ୍କ ଦ୍ୱାରା  ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି। ଏହିପରିପ୍ରେକ୍ଷୀରେ ସଇଁନ୍ତଲା ପଂଚାୟତ ହାଟ ସହ ଫପସି ବଜାର ମଧ୍ୟ ବନ୍ଦ ହୋଇଛି। ଅନ୍ୟପକ୍ଷରେ ବେଲଗାଁକୁ ଲାଗି କି ରହିଥିôବା ପଡୋଶୀ କଲାହାଣ୍ଡି ଜିଲାର ଗ୍ରାମ ଗୁଡିକରେ ନିତ୍ୟ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏନେଇ ୪ରେ ବେଲଗାଁ ହାଟ ହେଲେ ପ୍ରବଳ ଭିଡ ନେଇ ସଂକ୍ରମଣ ଆଶଙ୍କା ଦ୍ୱିଗୁଣିତ କରିଛି। ଏନେଇ ସତର୍କତା ପାଳନ ପାଇଁ ବଜାର ବନ୍ଦ ନିର୍ଦ୍ଦେଶ ଜାରି କରିବା ସହ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସକୁ ସୁଚିତ କରାଯାଇଥିବା ସରପଂଚ ଶ୍ରୀ ରଣା କହିଛନ୍ତି। ତେବେ ବଲାଙ୍ଗିର ଜିଲାପାଳଙ୍କ ଦ୍ୱାରା ଜାରି ସଟଡାଉନ ସୋମବାର ଶେଷ ହେବା ନେଇ ମଙ୍ଗଲବାର ସାପ୍ତାହିକ ହାଟ ବ୍ୟତିତି ଅନ୍ୟ ଦୋକାନ ବଜାର ପୁର୍ବ ଭଳି କୋବିଡ-୧୯ କଟକଣା ସହ ଖୋଲା ରହିବ ବୋଲି କହିଛନ୍ତି। ସତର୍କତା ନେଇ ସରପଂଚଙ୍କ ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories