ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ରାଉତପଡା ଏବଂ ବାଲିବେରେଣିରେ ୩ ଟି ପଥରଖଣି ନିଲାମ ହୋଇଛି ।କିନ୍ତୁ କୌଣସି ଖଣିର କାଗଜପତ୍ର ହୋଇନଥିବାବେଳେ ସେହି ଖଣି ଗୁଡିକରୁ ଦିନରାତି ପଥର କଟାଯାଇ ଚାଲାଣ କରାଯାଉଛି ।ଏପରିକି ରାଉତପଡାରେ ଚାଲିଥିବା ବେଆଇନ ପଥରଖଣିରୁ ମାଫିଆମାନେ ରାତିଅଧିଆ ପଥର କାଟି ଚୋରା ଚାଲାଣ କରୁଛନ୍ତି । ଗତକାଲି ବେଗୁନିଆ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ ଖବର ପାଇ ଏସ ଆଇ ଶ୍ରୀକାନ୍ତ ପଣ୍ଡାଙ୍କ ସହିତ ବେଆଇନ ପଥର ଖଣି ଉପରେ ଅଚାନକ ଚଢ଼ାଉ କରିଥିଲେ ।ଖଣି ଭିତରେ ଥିବା ଦୁଇଟି ଜେ ସି ବି କୁ ଜବତ କରି ଥାନାକୁ ଆଣିଥିଲେ । ଗାଡି ଦୁଇଟିର ଡ୍ରାଇଭର ଗଡମାଣତିର ଗ୍ରାମର ଦିବାକର ପରିଡା ଏବଂ ଡିଙ୍ଗର ଗ୍ରାମର ଶୁଚି ଦାସ ଙ୍କୁ ଗିରଫ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲୁ ରହିଛି ।
Popular Categories



