Patra electronics

ବେଗୁନିଆରେ ଗୋପବନ୍ଧୁ ଜୟନ୍ତୀ ପାଳନ

ବେଗୁନିଆ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ ରବିବାର ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବେଗୁନିଆ ବ୍ଲକ ସମାଜ ପ୍ରତିନିଧି ବିବେକାନନ୍ଦ ମିଶ୍ରଙ୍କ ଆବାହକତ୍ଵ ଓ ସଂଯୋଜନାରେ ଉଚ୍ଚ ବିଦ୍ୟାଳୟରେ ସ୍ଥାପିତ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ପ୍ରଥମେ ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବୋଲଗଡ଼ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ରନାଥ ପାଣିଗ୍ରାହୀ ଉତ୍କଳମଣୀଙ୍କ ଉଦେଶ୍ୟରେ ଶ୍ରଦ୍ଧା ସଙ୍ଗୀତ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସୁଦେବ ବେହେରା, ଆଲୁମିନି କମିଟି ସଭାପତି ପ୍ରଫେସର ଡ଼ଃ ହରିପ୍ରସାଦ ଦାସ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶରତ କୁମାର ପଣ୍ଡା, ପ୍ରଧାନଶିକ୍ଷକ ଦିବାକର ସାହୁ, ଶିକ୍ଷକ ଶାନ୍ତନୁ କୁମାର ପାଇକରାୟ, ଇଂ ରାମମାନସ ପଣ୍ଡା, ଶିକ୍ଷୟତ୍ରୀ ପ୍ରତିମା ପ୍ରଧାନ, ସମାଜସେବୀ ସୁରେନ କୁମାର ପଟ୍ଟନାୟକ ଏବଂ ରାଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁଙ୍କ ତ୍ୟାଗ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପ୍ରଧାନଶିକ୍ଷକ ଶ୍ରୀ ବେହେରା ଆଗାମୀ ଦିନରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଉତ୍ସବ ବିଦ୍ୟାଳୟ ଆଲୁମିନି କମିଟି ସହଯୋଗରେ ଯଥାରୀତି ପାଳନ କରାଯିବ ବୋଲି ପ୍ରକାଶ କରିଥିଲେ। ଶିକ୍ଷକ ଶାନ୍ତନୁ ପାଇକରାୟ ଧନ୍ୟବାଦ ପ୍ରଦାନ କରିଥିଲେ। ଆଦର୍ଶ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପ୍ରଧାନଶିକ୍ଷକ ଶ୍ରୀ ବେହେରା ଆଗାମୀ ଦିନରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଉତ୍ସବ ବିଦ୍ୟାଳୟ ଆଲୁମିନି କମିଟି ସହଯୋଗରେ ଯଥାରୀତି ପାଳନ କରାଯିବ ବୋଲି ପ୍ରକାଶ କରିଥିଲେ। ଶିକ୍ଷକ ଶାନ୍ତନୁ ପାଇକରାୟ ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.