www.samajalive.in
Sunday, December 7, 2025
26.1 C
Bhubaneswar

ମଲ୍ଲୀପଦର -ଗୋବିନ୍ଦପୁର ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ 

ବେଗୁନିଆ : ବେଗୁନିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ କରାଯାଇଥିବା ମଲ୍ଲୀପଦର – ଗୋବିନ୍ଦପୁର ରାସ୍ତା କାର୍ଯ୍ୟ ଠିକାଦାର ଏବଂ ଯନ୍ତ୍ରୀଙ୍କ ସଲାସୁତୁରାରେ ଅତି ନିମ୍ନ ମାନର କରାଯାଇ ଅର୍ଥ ଆତ୍ମସାତ୍‌ କରାଯାଇଥିବାର ଗ୍ରାମବାସୀମାନେ ୫ଟି ସଚିବଙ୍କ ସହିତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ନିକଟରେ ଅଭିଯୋଗ କରିଛନ୍ତି ।ଉକ୍ତ ରାସ୍ତାଟି ପିଚୁ ରାସ୍ତା ଥିବାବେଳେ ଏବେ ୧୮ ଲକ୍ଷ ଟଙ୍କା ଅନୁଦାନରେ ରାସ୍ତା ଉପରେ ନାମକୁ ମାତ୍ର ପିଚୁ ଏବଂ ବଜୁରୀ ଦେଇ ରାସ୍ତାର ଦୁଇ ପାର୍ଶ୍ଵ ଖାଲ କରି ପିଚୁ ଏବଂ ବଜୁରୀ ଦେଇ ସମସ୍ତ ଅର୍ଥ ବାଟମାରଣା କରିବା ପାଇଁ ଯୋଜନା ଚାଲିଛି ।ଏହି ରାସ୍ତା ଉପରେ ଦୈନିକ ହଜାର ହଜାର ଲୋକ ଯାତାୟାତ କରୁଥିବାବେଳେ ବହୁ ଗାଡି ମଟର ଜାଆସ କରିଥାଏ ।ରାସ୍ତା କାର୍ଯ୍ୟ କରିବାର ୫ ଦିନ ନହେଉଣୁ କାର୍ଯ୍ୟ ଠିକ ଭାବରେ ହୋଇନଥିବାରୁ ରାସ୍ତାରୁ ଗୋଡି ଉଠି ରାସ୍ତା ସାରା ଗଡୁଛି ।ଫଳରେ ଜନସାଧାରଣ ଯାତାୟାତ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସଂକ୍ରାନ୍ତରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଗ୍ରାମବାସୀ ଜଣାଇବା ପରେ ସେ ସବୁ ଜାଣି କିଛି ନଜାଣିଲା ପରି ନୀରବ ରହିଛନ୍ତି । ଫଳରେ ଗ୍ରାମବାସୀମାନେ ୫ଟି ସଚିବଙ୍କ ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ,ମୁଖ୍ୟଯନ୍ତ୍ରୀ ,ନିର୍ବାହୀଯନ୍ତ୍ରୀ ,ଡି ଏସ ପି ଭିଜିଲାନ୍ସ, ଖୋର୍ଦ୍ଧା ,ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ ଡି ଓ ଖୋର୍ଦ୍ଧା ଏବଂ ସହକାରୀ ଯନ୍ତ୍ରୀ ବେଗୁନିଆଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜଣାଇଛନ୍ତି ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories