www.samajalive.in
Sunday, December 14, 2025
19.1 C
Bhubaneswar

ଅବ୍ୟବସ୍ଥା ଘେରରେ ବେଗୁନିଆ ରେଳଷ୍ଟେସନ

ବେଗୁନିଆ: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଥିବା ବେଗୁନିଆ ଷ୍ଟେସନଟି ବହୁ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ବେଳେ ତାର ସମାଧାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଆଦୌ ଦୃଷ୍ଟି ଦେଉନଥିବାର ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଏବେ କିଛି ବିଭାଗୀୟ ଅଧିକାରୀଙ୍କ ପାଇଁ ଏହି ଷ୍ଟେସନଟି ଲେଉଟିଆ ଶାଗ କିଆରୀରେ ପରିଣତ ହୋଇଥିବାର ଦେଖିବାକୁ ମିଳୁଛି। କାର୍ଯ୍ୟ ଦରକାର ନଥିଲେ ମଧ୍ୟ ଭଲ ଥିବା କାମ ଗୁଡିକ ଭାଙ୍ଗି ନିର୍ମାଣ କାର୍ଯ୍ୟ କରାଯାଇ ଅର୍ଥ ବାଟମାରଣା କରାଯାଉଛି। ଉକ୍ତ ଷ୍ଟେସନରେ ନିର୍ମାଣ କରାଯାଇଥିବା କାର୍ଯ୍ୟ ଗୁଡିକ ଖୁବ କମ ଦିନର ହୋଇଥିବା ବେଳେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଘର କାନ୍ଥଗୁଡିକରେ ଫାଟ ଦେଖାଗଲାଣି। ଏପରିକି ଷ୍ଟେସନରେ ପାଣିର ସୁବିଧା ମଧ୍ୟ ନାହିଁ। ନିଛାଟିଆ ସ୍ଥାନରେ ଏହି ଷ୍ଟେସନଟି ଥିବା ସମୟରେ ଏଠାରେ ଆଲୋକୀକରଣ ବ୍ୟବସ୍ଥା ଠିକ ଭାବରେ ନଥିବା ଯୋଗୁଁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। କିନ୍ତୁ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ନଦେଇ କାହାସ୍ୱାର୍ଥରେ ପ୍ଲାଟଫର୍ମରେ ପଡିଥିବା ଭଲ ଟାଇଲଗୁଡିକ ଭାଙ୍ଗି ବାହାର କରାଯାଇ ନୂଆ ଟାଇଲ ପକାଯାଉଛି ତାହା ଜଣାପଡୁ ନାହିଁ।

ଏପରିକି ରଙ୍ଗର ଆବଶ୍ୟକତା ନଥିବାବେଳେ ରଙ୍ଗ ଦିଆ ଆରମ୍ଭ ହୋଇଛି। ଏପରିକି ରେଳ ଧାରଣା କଡରେ ଥିବା ପ୍ଲାଟଫର୍ମର କାନ୍ଥରେ ମଧ୍ୟ ରଙ୍ଗ ଦିଆଯାଉଛି। କିନ୍ତୁ ଏଠାରେ କୌଣସି ଠିକାଦାରଙ୍କୁ ଦେଖିବାକୁ ମିଳୁନଥିବା ବେଳେ ଦୁଇ ଜଣ ଅଣ ଓଡିଆ ଶ୍ରମିକଙ୍କୁ ନେଇ ଏହିସବୁ କାର୍ଯ୍ୟ କରାଯାଉଛି। ଫଳରେ ଜନବସତି ଠାରୁ ଦୂରରେ ଏହି ଷ୍ଟେସନଟି ଥିବା ଯୋଗୁଁ ଅଧିକାରୀମାନେ ଏଠାରେ କାର୍ଯ୍ୟ ନକରି ମିଳିମିଶି ଖାଇବା ପାଇଁ ବିଭିନ୍ନ ବାଟରେ ଜାଲ ବିଛାଉଛନ୍ତି ବୋଲି ଲୋକମାନେ ଆଲୋଚନା କରୁଛନ୍ତି।

- Advertisement -

ଏପରିକି ବେଗୁନିଆ – କଡବ ରାସ୍ତାରୁ ଷ୍ଟେସନକୁ ଯାଇଥିବା କଂକ୍ରିଟ ରାସ୍ତାଟି ବିଭିନ୍ନ ସ୍ଥାନରେ ଫାଟି ଯାଇଥିବାର ଦେଖିବାକୁ ମିଳୁଛି। ଷ୍ଟେସନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଏଠାରେ ଦେଖିବାକୁ ମିଳୁନଥିବା ବେଳେ ଦୁଇଜଣ ସୁରକ୍ଷାକର୍ମୀ ଏଠାରେ ନିୟୋଜିତ ହୋଇଥିଲେ। ସେମାନଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳୁନି। ଯେତେବେଳେ ଷ୍ଟେସନ ଗଲେ ସବୁ କୋଠରୀରେ ତାଲା ଝୁଲୁଥିବାର ଦେଖିବାକୁ ମିଳୁଛି । ଗତ କିଛିଦିନ ତଳେ ଏ ସଂକ୍ରାନ୍ତରେ ରେଲୱେ ପିଆରଓ ନିହାର ରଞ୍ଜନ ମହାନ୍ତିଙ୍କୁ ପଚାରିବାରୁ ସେ କର୍ମଚାରୀମାନେ ସେଇଠି କୁଆଡେ ଯାଇଥିବେ କହି ଘଣ୍ଟ ଘୋଡାଇଥିଲେ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories