www.samajalive.in
Monday, December 15, 2025
16.1 C
Bhubaneswar

ଖୋର୍ଦ୍ଧା ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦେଶ

ବେଗୁନିଆ: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡାଡିହ ସେବା ସମବାୟ ସମିତିରେ କାର୍ଯ୍ୟରତ ସମ୍ପାଦକ ଧନେଶ୍ୱର ମାଣିକ ଜାଲ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଦେଇ ସମ୍ପାଦକ ଚାକିରୀ କରିଥିବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବଂ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଗ୍ରାମର ପୂର୍ବତନ ସରପଞ୍ଚ ସୁଦର୍ଶନ ମାଣିକ ତାଙ୍କର ଜାଲ ପ୍ରମାଣପତ୍ର ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗି ଉପଯୁକ୍ତ ପ୍ରମାଣ ସହିତ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ଗ୍ରାମର ସମାଜସେବୀ ତଥା ସୂଚନା ଅଧିକାର କର୍ମୀ ବିଭୂତି ଭୂଷଣ ଦାଶ ଏ ସଂକ୍ରାନ୍ତରେ ଭୁବନେଶ୍ୱରସ୍ଥିତ ଲୋକାୟୁକ୍ତଙ୍କ ନିକଟରେ ଏଲ ୱାଇ ୩୨୪/୨୧ ନଂ ମାମଲା ରୁଜୁ କରିଛନ୍ତି । କେଶ ରୁଜୁ ହେବା ପରେ ଲୋକାୟୁକ୍ତ ଖୋର୍ଦ୍ଧା ଏଆରସିଏସଙ୍କୁ ଏହି ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଥିବାବେଳେ ଗତ ନଭେମ୍ବର ୨୫ ତାରିଖ ଦିନ ଏଆରସିଏସ ଲୋକାୟୁକ୍ତଙ୍କ ନିକଟରେ ରିପୋର୍ଟ ପ୍ରଦାନ କରିଛନ୍ତି ।

 

- Advertisement -

କୋର୍ଟର ନିର୍ଦ୍ଧାରିତ ତାରିଖ ଚଳିତ ମାସ ୧୬ରେ ଏଆରସିଏସଙ୍କ ଅନୁପସ୍ଥିତିରେ ଏସଏଆର ପ୍ରଭାଷ କୁମାର ମାଣିକ ଏବଂ ସମ୍ପାଦକଙ୍କ ପକ୍ଷରୁ ତାଙ୍କର ଓକିଲ ଯୁଗଜ୍ୟୋତି ପ୍ରହରାଜ ଉପସ୍ଥିତ ଥିଲେ। ଅଭିଯୋଗକାରୀ ଶ୍ରୀ ଦାଶ ମଧ୍ୟ ଉପସ୍ଥିତ ଥିଲେ। ଏଆରସିଏସ ଦେଇଥିବା ତଦନ୍ତ ରିପୋର୍ଟ ଏବଂ ସଂପାଦକଙ୍କ ଉତ୍ତର ଉପଯୁକ୍ତ ବିବେଚନା କରି ନିରୂପଣ ପାଇଁ ତଦନ୍ତକାରୀ ନିର୍ଦେଶକଙ୍କୁ ପ୍ରାଥମିକ ତଦନ୍ତ କରି ତିନିମାସ ମଧ୍ୟରେ ତଥା ଆସନ୍ତା ମାର୍ଚ୍ଚ ମାସ ୧୪ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ତଦନ୍ତକାରୀ ନିର୍ଦେଶକଙ୍କୁ ଲୋକାୟୁକ୍ତ ନିର୍ଦେଶ ଦେଇଥିବାର ଜଣାପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories