www.samajalive.in
Saturday, December 6, 2025
23.1 C
Bhubaneswar

ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ; ୩ ଗିରଫ

ବେଗୁନିଆ : ବେଗୁନିଆ ଏବଂ ଖୋର୍ଦ୍ଧା ଅବକାରୀ ବିଭାଗ ତରଫରୁ ଆଜି ବେଗୁନିଆ ଥାନା ଅନ୍ତର୍ଗତ ଗଡମାଣତୀର ,ସାନପଦର ,ରାସୋଳ ଏବଂ ବାଁକୋଇ ଠାରେ ଚଢ଼ାଉ କରାଯାଇଥିଲା  ରାସୋଳରେ ରଜନୀକାନ୍ତ ପାଇକରାୟ ଏକ ପଟାସ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ କରୁଥିବାବେଳେ ଖୋର୍ଦ୍ଧା ଇନ୍ସପେକ୍ଟର ଭୈରବ ସାହୁ ,ମୋବାଇଲ ସ୍କ୍ୱାର୍ଡ ଇନ୍ସପେକ୍ଟର ସସ୍ମିତା ହୋତା ଏବଂ ବେଗୁନିଆ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସୁଜିତ କୁମାର ମୁଦୁଲି ଏବଂ ଆଇ ଆର ବି ଫୋର୍ସ ସେଠାରେ ଚଢ଼ାଉ କରିବା ସମୟରେ ଅଭିଯୁକ୍ତ ସେଠାରୁ ଖସି ପଳାଇ ଯାଇଥିଲା ।ସେଠାରେ ୬ ହଜାର ଲିଟର ପୋଚ ନଷ୍ଟ କରାଯାଇଥିବାବେଳେ ୩୭୫ ଲିଟର ଦେଶୀ ମଦ ଏବଂ ୫ କୁଇଣ୍ଟାଲ ସିଲ ଟିଣ ଗୁଡ ଏବଂବଡ଼ ପ୍ଲାଷ୍ଟିକ ଡ୍ରମ ୧୫ ଟି ଜବତ କରିଯାଇଛି ।ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରାଯାଇଥିବାବେଳେ ତାଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରହିଛି ।ପରେ ସାନପଦର ଗ୍ରାମର ଶରତ ଚନ୍ଦ୍ର ବେହେରାଙ୍କ ଘରେ ଚଢ଼ାଉ କରାଯାଇ ୧୬ ବୋତଲ ମଦ  ଜବତ କରାଯାଇଛି ।ସେହିପରି ଗଡ଼ମାଣତୀର ଗ୍ରାମର ପ୍ରଶାନ୍ତ ମାନସିଂହ ଏବଂ ବାଁକୋଇ ଗ୍ରାମର ଟୁନି ବରାଳଙ୍କ ଘରେ ଚଢ଼ାଉ କରିବା ସମୟରେ ଉଭୟଙ୍କ ଘରୁ ୫ ଲିଟର ଲେଖାଏଁ ଦେଶୀ ମଦ ଜବତ କରି ପ୍ରଶାନ୍ତ ମାନସିଂହ ,ଶରତଚନ୍ଦ୍ର ବେହେରା ଏବଂ ଟୁନି ବରାଳଙ୍କୁ ଗିରଫ କରି ପୃଥକ ପୃଥକ ମାମଲା ରୁଜୁ କରାଯାଇଛି ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories