www.samajalive.in
Saturday, December 6, 2025
14.1 C
Bhubaneswar

ବିନା ଭକ୍ତରେ ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ ଯାତ୍ରା

ସୁଆଣ୍ଡୋ  : ଶତାଧିକ ବର୍ଷ ଧରି ପୁରୀ ଜିଲାର ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସତ୍ୟବାଦୀ ସାକ୍ଷୀ ଗୋପୀନାଥଙ୍କ ମନ୍ଦିରରେ ମା ରାଧା ଠାକୁରାଣୀଙ୍କ ଅଁଳା ନବମୀ ଦିନ ରାଧାପାଦ ଦର୍ଶନ ବିନାଭକ୍ତରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମନ୍ଦିରରେ କେବଳ ଦେବ ନୀତି ଅନୁଷ୍ଠିତ ହୋଇଛି । ଭକ୍ତମାନଙ୍କ ଗହଳି ଚହଳି ଦେଖିବାକୁ ମିଳୁନି । ମନ୍ଦିରକୁ ଫୁଲରେ ସଜ୍ଜିତ କରାଯାଇ ଥିବା ସହିତ ଆଲୋକ ସଜ୍ଜା କରାଯାଇଛି। ମନ୍ଦିର ଆଗରେ ପ୍ରଶାସନ ପକ୍ଷରୁ ବାରିକେଟ କରାଯାଇଛି ।

ମନ୍ଦିର ଚତୁପାର୍ଶ୍ଵ ୨୦୦ ମିଟର ପରିସର ପର୍ୟ୍ୟନ୍ତ ୧୨ ଓ ୧୪ ତାରିଖ ଦୁଇଦିନ ପାଇଁ୧୪୪ ଧାରା ଜିଲା ପ୍ରଶାସନ ତରଫରୁ ଜାରି କରାଯାଇଛି । ଉପଜିଲ୍ଲାପାଳ ଭବତାରଣ ସାହୁ ସିଡିପିଓ ଦିଲ୍ଲିପ ନାୟକ ତହସିଲଦାର ଆଇଆଇସି ମନ୍ଦିର ନିକଟରେ ଉପସ୍ଥିତ ରହିଛନ୍ତି । ମହାମାରୀ କରୋନା କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ବୋଲି କୁହାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories