www.samajalive.in
Saturday, December 6, 2025
19.1 C
Bhubaneswar

ଏସଟିପିଆଇ ଭୁବନେଶ୍ୱରରେ ବିଶ୍ୱ ବିଜ୍ଞାନ ଦିବସ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଥିବା ସଫ୍ଟୱୟାର ଟେକ୍ନୋଲୋଜି ପାର୍କସ ଅଫ୍ ଇଣ୍ଡିଆ (ଏସଟିପିଆଇ) ଠାରେ ବିଶ୍ୱ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଡିଏଭି ଚନ୍ଦ୍ରଶେଖରପୁର ଓ ସାଇ ଇଣ୍ଟରନ୍ୟାସନାସ ସ୍କୁଲର ୧୦୦ ଛାତ୍ରଛାତ୍ରୀ ଏସଟିପିଆଇ ପରିସର ବୁଲି ଦେଖିଥିଲେ । ବିଭିନ୍ନ ଷ୍ଟାର୍ଟଅପ୍ ଓ ନବସୃଜନକୁ ପ୍ରୋତ୍ସାହନ ଦେବା ଉଦେ୍ଦଶ୍ୟରେ ଏସଟିପିଆଇରେ ପ୍ରତିଷ୍ଠା ହୋଇଥିବା ଇଲେକ୍ଟ୍ରୋପ୍ରେନୁ୍ୟର ପାର୍କ ଓ ଡିଜିଟାଲ ଫେବ୍ରିକେସନ ଲାବକୁ ଛାତ୍ରଛାତ୍ରୀମାନେ ପରିଦର୍ଶନ କରିଛନ୍ତି । ସ୍କୁଲ ଛାତ୍ରଛାତ୍ରୀମାନେ କିଭଳି ଆଇଟି ନବସୃଜନ ପାଇଁ ଅନୁସନ୍ଧିତ୍ସୁ ହେବେ ଓ ଗବେଷଣା ଦିଗରେ ମନ ବଳାଇବେ ସେଥିପାଇଁ ଏଭଳି କାର୍ଯ୍ୟକ୍ରମ ହୋଇଥିଲା । ଆଇଟି କ୍ଷେତ୍ରରେ କାମ କରି ସେମାନେ ଭବିଷ୍ୟତରେ ଉଦ୍ୟୋଗୀ ହେବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯାଉଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏସଟିପିଆଇ ଭୁବନେଶ୍ୱରର ନିର୍ଦ୍ଦେଶକ ମାନସ ପଣ୍ଡା ଉପସ୍ଥିତ ରହି ସଫଳ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଯୁବ ଓ ଛାତ୍ରଛାତ୍ରୀମାନେ ଆଇଟି କ୍ଷେତ୍ରରେ ବ୍ୟାପକ ଗବେଷଣା ଜାରି ରଖିବା ସହ ଟେକ୍ନୋଲୋଜି କ୍ଷେତ୍ରରେ ଭାରତକୁ ବିଶ୍ୱଗୁରୁ ଭାବେ ଗଢ଼ି ତୋଳିବାକୁ ସେ ଆହ୍ୱାନ ଦେଇଥିଲେ । ସୂଚନାଯୋଗ୍ୟ ଯେ ଡିଜିଟାଲ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ ଓ ମେକ୍ ଇନ ଓଡ଼ିଶାକୁ ସଫଳ କରାଇବାରେ ଏସଟିପିଆଇର ବଡ଼ ଭୂମିକା ରହିଛି । ରାଜ୍ୟରେ ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଓ ବାଲେଶ୍ୱର ସମେତ ଦେଶର ୬୧ଟି ସ୍ଥାନରେ ଏସଟିପିଆଇର କେନ୍ଦ୍ର ରହିଛି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories