www.samajalive.in
Sunday, December 14, 2025
19.1 C
Bhubaneswar

ଅନେକ ସ୍ବାସ୍ଥ୍ୟ ସମସ୍ୟାର ସାମାଧାନ ପାଇଁ ବିଟ୍ ର ଉପଯୋଗ

ସାଧାରଣତଃ ବିଟ୍ କୁ ଆମେ ଖାଦ୍ୟରେ ବିଶେଷ କରି ସାଲାଡ଼୍ ରେ ବ୍ୟବହାର କରିଥାଉ। ଏହା ଏକ ପୁଷ୍ଟିକର ଓ ସ୍ବାସ୍ଥ୍ୟଉପଯୋଗୀ ପରିବା। ହେଲେ କ’ଣ ଆପଣ ଜାଣନ୍ତି, ବିଟ୍ ଆମ ଶରୀରର ଅନେକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଶରୀରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଟ୍ ର ଉପଯୋଗ ବିଷୟରେ –
• ବିଟ୍ କେଶକୁ ଘନ କରିବାରେ ସହାୟକ ହୁଏ। ଏହାବ୍ୟତୀତ ବିଟ୍ ରସକୁ ମୁଣ୍ଡର ଚନ୍ଦା ବା କେଶ ନଥିବା ସ୍ଥାନରେ ମାଲିସ କରିବା ଦ୍ୱାରା ସେଠାରେ ନୂଆ କେଶ ସୃଷ୍ଟି ହୋଇଥାଏ।
• ବିଟ୍ ରକ୍ତ ଅଭାବକୁ ଦୂର କରିଥାଏ। ଏଥିରେ ନାଇଟ୍ରିକ୍ ଏସିଡ୍ ଥିବାରୁ ଏହାକୁ ଖାଇବା ଦ୍ବାରା ଶରୀରରେ ରକ୍ତର ପରିମାଣ ବୃଦ୍ଧି ପାଇଥାଏ।
• ଶିଶୁଙ୍କ ଦାନ୍ତରେ ଯନ୍ତ୍ରଣା ହେଉଥିଲେ ବିଟ୍ ରସକୁ ପାଟିରେ ରଖି ଦାନ୍ତ ଚାରିପଟେ ବୁଲାଇ କୁଳି କରିବା ଦ୍ୱାରା ଉପଶମ ମିଳିଥାଏ।
• ବିଟ୍ ଖାଇଲେ ଶରୀରର ଶକ୍ତି ବୃଦ୍ଧି ପାଇଥାଏ।
• ଯଦି ଆପଣଙ୍କର ମାଇଗ୍ରେନ ଭଳି ସମସ୍ୟା ଅଛି ତେବେ ବିଟ୍ ରସକୁ ହାଲୁକା ଗରମ କରି ନାକରେ ପକାନ୍ତୁ ଖୁବଶୀଘ୍ର ମାଇଗ୍ରେନ ଭଳି ଯନ୍ତ୍ରଣାରୁ ମୁକ୍ତି ମିଳିବ।
• ବିଟ୍ ରେ କ୍ୟାଲସିୟମ ଅଧିକ ପରିମାଣରେ ଥିବାରୁ ହାଡ଼ ମଜବୁତ ହୋଇଥାଏ।
• ମହିଳାମାନଙ୍କ ପାଇଁ ବିଟ୍ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ ବିଶେଷ କରି ଗର୍ଭବତୀ ମହିଳାମାନେ ନିଶ୍ଚୟ ବିଟ୍ ଖାଇବା ଉଚିତ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories