www.samajalive.in
Monday, December 8, 2025
13.1 C
Bhubaneswar

ମହୁମାଛି ଆକ୍ରମଣରେ ଭିସୁଟର ୪ ଛାତ୍ରଛାତ୍ରୀ ଆହତ, ଭିମସାରରେ ଭର୍ତ୍ତି

ବୁର୍ଲା : ବୁର୍ଲା ସ୍ଥିତ ବୀରସୁରେନ୍ଦ୍ର ସାଏ ବୈଷୟିକ ଶିକ୍ଷାନୁଷ୍ଠାନ(ଭିସୁଟ୍)ର ଚାରିଜଣ ଛାତ୍ରଛାତ୍ରୀ ମହୁମାଛି ଆକ୍ରମଣରେ ଆହତ ହୋଇଥିବା ସୂଚନା ମିଳିଛି । ଏଥିରେ ଚାରିଜଣ ଯାକ ଆହତ ହୋଇଥିବା ବେଳେ ସେମାନଙ୍କୁ ଅସୁସ୍ଥ ଅବସ୍ଥାରେ ଭିମସାରରେ ଭର୍ତ୍ତି କରାଯାଇଛି। ତେବେ ଏହି ଛାତ୍ରମାନେ କେଉଁ ବିଭାଗର ଛାତ୍ରଛାତ୍ରୀ ଏବଂ କେଉଁ ସ୍ଥାନରେ ଏଭଳି ମହୁମାଛି ଆକ୍ରମଣ ଶିକାର ହେଲେ ତାହା ସ୍ପଷ୍ଟ ଜଣାପଡିନାହିଁ । ତେବେ ତିନିଛାତ୍ରଙ୍କୁ ପୁରୁଷ ମେଡିସିନ ବିଭାଗ ଏବଂ ଜଣେ ଛାତ୍ରୀଙ୍କୁ ମହିଳା ମେଡିସିନ୍ ବିଭାଗରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା ଚାଲିଥିବା ଜଣାପଡିଛି । ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା କୁହାଯାଉଛି। ମହୁମାଛି ଆକ୍ରମଣର ଶିକାର ହୋଇଥିବା ଚାରିଜଣ ହେଲେ ଚିନ୍ମୟ ଦାସ, ସୁଭମ ନାୟକ, ମାନସ ସିଂ ଏବଂ ସ୍ୱେତାଳିନା ରାଉତ ବୋଲି ମେଡିକାଲ ସୂତ୍ରରୁ ସୂଚନା ମିଳିଛି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories