www.samajalive.in
Sunday, December 14, 2025
17.1 C
Bhubaneswar

ମହୁମାଛି ଆକ୍ରମଣରେ ଭିସୁଟର ୪ ଛାତ୍ରଛାତ୍ରୀ ଆହତ, ଭିମସାରରେ ଭର୍ତ୍ତି

ବୁର୍ଲା : ବୁର୍ଲା ସ୍ଥିତ ବୀରସୁରେନ୍ଦ୍ର ସାଏ ବୈଷୟିକ ଶିକ୍ଷାନୁଷ୍ଠାନ(ଭିସୁଟ୍)ର ଚାରିଜଣ ଛାତ୍ରଛାତ୍ରୀ ମହୁମାଛି ଆକ୍ରମଣରେ ଆହତ ହୋଇଥିବା ସୂଚନା ମିଳିଛି । ଏଥିରେ ଚାରିଜଣ ଯାକ ଆହତ ହୋଇଥିବା ବେଳେ ସେମାନଙ୍କୁ ଅସୁସ୍ଥ ଅବସ୍ଥାରେ ଭିମସାରରେ ଭର୍ତ୍ତି କରାଯାଇଛି। ତେବେ ଏହି ଛାତ୍ରମାନେ କେଉଁ ବିଭାଗର ଛାତ୍ରଛାତ୍ରୀ ଏବଂ କେଉଁ ସ୍ଥାନରେ ଏଭଳି ମହୁମାଛି ଆକ୍ରମଣ ଶିକାର ହେଲେ ତାହା ସ୍ପଷ୍ଟ ଜଣାପଡିନାହିଁ । ତେବେ ତିନିଛାତ୍ରଙ୍କୁ ପୁରୁଷ ମେଡିସିନ ବିଭାଗ ଏବଂ ଜଣେ ଛାତ୍ରୀଙ୍କୁ ମହିଳା ମେଡିସିନ୍ ବିଭାଗରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା ଚାଲିଥିବା ଜଣାପଡିଛି । ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା କୁହାଯାଉଛି। ମହୁମାଛି ଆକ୍ରମଣର ଶିକାର ହୋଇଥିବା ଚାରିଜଣ ହେଲେ ଚିନ୍ମୟ ଦାସ, ସୁଭମ ନାୟକ, ମାନସ ସିଂ ଏବଂ ସ୍ୱେତାଳିନା ରାଉତ ବୋଲି ମେଡିକାଲ ସୂତ୍ରରୁ ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories