www.samajalive.in
Tuesday, December 9, 2025
15.1 C
Bhubaneswar

ଗୁରୁଦିବସ ଉପଲକ୍ଷେ ମହାବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗୀତା

ଗୁରୁଡ଼ିଝାଟିଆ: ପବିତ୍ର ଗୁରୁଦିବସ ଉପଲକ୍ଷେ ମହାବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗୀତା ଖୁଣ୍ଟୁଣୀସ୍ଥିତ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧବପୁରଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ସେବୀକା ବିଦ୍ୟାଳୟ ଓ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ଓ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳର ମୋ କଲେଜ ଅଭିଯାନର ସହଯୋଗରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗୀତାରେ ଶ୍ରୀ ଶ୍ରୀ ଧବଳେଶ୍ୱର ମହାବିଦ୍ୟାଳୟ ଗୁରୁଡ଼ିଝାଟିଆ, ମହାନଦୀ ଡିଗ୍ରୀ ମହାବିଦ୍ୟାଳୟ କଖଡି, ଶ୍ରୀ ଶ୍ରୀ ଧବଳେଶ୍ୱର ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ବାଳି, ଗୋପବନ୍ଧୁ ସେବୀକା ବିଦ୍ୟାଳୟ ଓ ମହାବିଦ୍ୟାଳୟ ଏବଂ ଖୁଣ୍ଟୁଣୀସ୍ଥିତ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟର ମୋଟ ୩୯ଜଣ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ। ଏହି କାର୍ୟ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡଃ ଶଶିଭୂଷଣ ମିଶ୍ର ,ଗୋପବନ୍ଧୁ ସେବୀକା ମହାବିଦ୍ୟାଳୟ ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ, ପ୍ରାଧ୍ୟାପକ ଡଃ ନରେନ୍ଦ୍ର ସ୍ୱାଇଁ, ପ୍ରାଧ୍ୟାପିକା କାତ୍ୟାୟିନୀ ମହାନ୍ତି ଓ ଅଧ୍ୟାପକ ବିକାଶ ଚନ୍ଦ୍ର ଖଟୁଆ ଉଦଘାଟନ କରିଥିଲେ। ଓଡିଆ ଅଧ୍ୟାପକ ଡଃ ଅମିତ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଭାରତୀୟ ସଂସ୍କୃତିରେ ଗୁରୁପରମ୍ପରା ସଂପର୍କିତ ବିଷୟବସ୍ତୁ ଉପରେ ଅୟୋଜିତ ତର୍କ ପ୍ରତିଯୋଗୀତାରେ ଅଧ୍ୟାପକ ନିରଞ୍ଜନ ପତ୍ରୀ, ବିକ୍ରମ କେଶରୀ ରାଉତ, ସାମ୍ବାଦିକ ଶ୍ୱେତକାନ୍ତ ବେହେରା, ଡଃ ସ୍ୱାଇଁ ଓ ଅଧ୍ୟାପକ ଶ୍ରୀ ଖଟୁଆ ବିଚାରକ ଭାବରେ ଯୋଗଦେଇଥିଲେ। ଆସନ୍ତା ଗୁରୁଦିବସ ଦିନ ଗୋପବନ୍ଧୁ ସେବୀକା ମହାବିଦ୍ୟାଳୟରେ ଆୟୋଜିତ ହେବାକୁଥିବା ଉତ୍ସବରେ ବକ୍ତୃତା ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ସମ୍ମାନୀତ କରାଯିବା ସହ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯିବାରର ବ୍ୟବସ୍ଥା ରହିଛି। ପ୍ରାଧ୍ୟାପିକା କୁନ୍ତଳା ବେଉରାୟ, ଦିପ୍ତୀରଞ୍ଜନ ବାରିକ, ମହାବିଦ୍ୟାଳୟ ମୋ କଲେଜ ଅଭିଯାନର ସଂଯୋଜକ ଅଧ୍ୟାପକ ଜିତେନ୍ଦ୍ର କୁମାର ପ୍ରଧାନ, ସାଗରିକା ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories