www.samajalive.in
Sunday, December 7, 2025
26.1 C
Bhubaneswar

ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରେ ଲବଙ୍ଗ ତେଲ

ଏହା ଆମେ ସମସ୍ତେ ଜାଣନ୍ତି ଯେ, ଲବଙ୍ଗର ଅନେକ ଉପକାରୀ ଗୁଣ ରହିଛି। ଏହା ମସଲା ଭାବେ ବ୍ୟବହାର ହେବା ସହ ଶରୀରର ଅନେକ ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ହେଲେ କ’ଣ ଆପଣ ଜାଣନ୍ତି, ଏହାର ତେଲ ଆମ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବାରେ ବିଶେଷ ଭୂମିକା ଗ୍ରହଣ କରିଥାଏ। ଲବଙ୍ଗ ତେଲ ତ୍ବଚା ଜନିତ ଅନେକ ସମସ୍ୟା ଦୂର କରିବା ସହ ତ୍ବଚାକୁ ସୁନ୍ଦର ଓ ଚମକପ୍ରଦ କରିଥାଏ। ତେବେ ଆସନ୍ତୁ ଜାଣିବା, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲବଙ୍ଗ ତେଲର ବ୍ୟବହାର ବିଷୟରେ –

-ଲବଙ୍ଗ ତେଲରେ ଆଣ୍ଟିସେପ୍ଟିକ୍, ଭିଟାମିନ୍‌-ସି, ଭିଟାମିନ୍‌-ଇ ଓ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥାଏ। ଏହା ତ୍ୱଚା ଭିତରକୁ ଯାଇ ଅନେକ ସମସ୍ୟା ଦୂର କରିଥାଏ।

- Advertisement -

-ଯଦି ବ୍ରଣ ବା ନାଲି ଦାଗ ସମସ୍ୟା ନେଇ ଚିନ୍ତିତ ଥାଆନ୍ତି, ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଲବଙ୍ଗ ତେଲ ବ୍ୟବହାର କରନ୍ତୁ। ଏହି ତେଲ ଶରୀରର ଶୁଷ୍କତାକୁ ମଧ୍ୟ ଦୂର କରିଥାଏ।

-ପ୍ରାକୃତିକ ଉଜ୍ଜ୍ୱଳ ତ୍ୱଚା ପାଇବା ପାଇଁ ଏହି ତେଲକୁ ମୁହଁରେ ମାଲିସ କଲେ ଖୁବ୍‌ କମ୍‌ଦିନ ମଧ୍ୟରେ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଥାଏ।

-ଲବଙ୍ଗ ତେଲ ଅଧିକ କଡ଼ା ହୋଇଥାଏ। ଯଦି ଏହାକୁ ବ୍ୟବହାର କରୁଛନ୍ତି, ତେବେ ବାଦାମ କିମ୍ବା ନଡ଼ିଆ ତେଲରେ ମିଶାଇ ବ୍ୟବହାର କରନ୍ତୁ। ନଚେତ ଖାଲି ୨ରୁ ୩ ବୁନ୍ଦା ବ୍ୟବହାର କରନ୍ତୁ।

-୨ ବୁନ୍ଦା ଲବଙ୍ଗ ତେଲ ଓ ୫ ବୁନ୍ଦା ନଡ଼ିଆ ତେଲ ମିଶାଇ ମୁହଁରେ ମାଲିସ କଲେ ଚର୍ମ କୁଞ୍ଚନ ସମସ୍ୟା ମଧ୍ୟ ଦୂର ହୋଇଥାଏ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories