www.samajalive.in
Tuesday, December 9, 2025
15.1 C
Bhubaneswar

ବୁଲିବାକୁ ଯାଆନ୍ତୁ କୋଡ଼ଇକନାଲ

ଖରାଦିନରେ ବୁଲିବା ପାଇଁ କିଛି ସ୍ଥାନ ବିଷୟରେ ଆସନ୍ତୁ ଜାଣିବା। ଯେଉଁ ଠାରେ ଆପଣ ଖରାଦିନରେ ମଧ୍ୟ ଗରମ ଅନୁଭବ କରିବେ ନାହିଁ।
କୋଡ଼ଇକନାଲ – ଏହା ତାମିଲନାଡ଼ୁରେ ଅବସ୍ଥିତ। ଏଠାରେ ଆପଣ ଭିନ୍ନ ଭିନ୍ନ ପ୍ରକାରର ବୃକ୍ଷଲତା ଦେଖିବାକୁ ପାଇବେ। ଏଠାରେ ବୋଟିଂ ମଧ୍ୟ ଖୁବ ପ୍ରସିଦ୍ଧ ଅଟେ। ତେଣୁ ବୁଲିବା ପାଇଁ ଏହା ମଧ୍ୟ ଏକ ଉତ୍ତମ ସ୍ଥାନ ।
ଭାରତର ଉତ୍ତରାଖଣ୍ଡସ୍ଥିତ ଔଲୀ ସବୁଠାରୁ ଥଣ୍ଡା ସ୍ଥାନ ମଧ୍ୟରୁ ଗୋଟିଏ। ଶସ୍ୟଶ୍ୟାମଳା ପରିବେଶର ଆନନ୍ଦ ଏଠାରେ ନେବା ସହ ସ୍ନୋ ଫଲର ମଜା ମଧ୍ୟ ନେଇ ପାରିବେ।
ହୋରର୍ସଲେ ହିଲ –
ହୋରର୍ସଲେ ହିଲ ଆନ୍ଧ୍ରପ୍ରଦେଶର ସ୍ୱର୍ଗ ବୋଲି କୁହାଯାଏ। ପ୍ରକୃତି ନିଜର ସୌନ୍ଦର୍ୟ୍ୟ ଏଠାରେ ଅଜାଡ଼ି ଦେଇଥିବା ଭଳି ମନେ ହୁଏ। ଏଠାରେ ଆପଣ ସୁନ୍ଦର ସୁନ୍ଦର ବୃକ୍ଷଲତା ଦେଖିବାକୁ ପାଇବେ। ନିଜ ପରିବାର ସହ ଏଠାରେ ଆପଣ ପ୍ରାକୃତିକ ସୌନ୍ଦର୍ୟ୍ୟର ବେଶ ମଜା ନେଇପାରିବେ।
ଦକ୍ଷିଣ ଭାରତର ସୁନ୍ଦର ରାଜ୍ୟ ତାମିଲନାଡ଼ୁରେ ଥିବା ଊଟୀ ଦେଶର ସବୁଠାରୁ ଚର୍ଚ୍ଚିତ ପାହାଡ଼ିଆ ସ୍ଥାନ ଅଟେ। ଏଠାକାର ମନମୁଗ୍ଧକର ସୁନ୍ଦରତା ଆପଣଙ୍କୁ ଭ୍ରମଣର ଏକ ସ୍ୱତନ୍ତ୍ର ମଜାର ଅନୁଭୂତି ପ୍ରଦାନ କରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories