www.samajalive.in
Saturday, December 6, 2025
23.1 C
Bhubaneswar

୭୨ ଘଣ୍ଟା ପରେ ଯନ୍ତାରେ ପଡିଲା ଭାଲୁ

କୋରାପୁଟ: ଦୀର୍ଘ ୭୨ ଘଣ୍ଟା ପରେ ଫାର୍ମ ହାଉସରୁ ଧରା ହେଲା ଭାଲୁ। ବନ ବିଭାଗ ଟିମକୁ ନାକେଦମ୍ କରିବା ପରେ ଶେଷରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଆଉଁଳି ଫାର୍ମ ହାଉସରେ ଯନ୍ତାରେ ପଡିଲା ଭାଲୁ। କାବୁ କରିବାବେଳେ ରେସକ୍ୟୁ ଟିମ୍ ର ଦୁଇ ଜଣ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ ୩ ଦିନ ହେବ ଫାର୍ମ ହାଉସରେ ଭାଲୁଟି ଆତଙ୍କ ଖେଳାଇଥିଲା। ଦୁଇ ଦିନ ହେଲା ବନ ବିଭାଗ ଭାଲୁଟିକୁ କାବୁ କରିବାକୁ ଯାଇଥିବାବେଳେ ବନ ବିଭାଗର କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଶେଷରେ ଭାଲୁଟି ଯନ୍ତାରେ ପଡିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories