www.samajalive.in
Monday, December 15, 2025
17.1 C
Bhubaneswar

କୂଅରେ ପଡିଥିବା ଭାଲୁକୁ ଉଦ୍ଧାର କଲା ବନ ବିଭାଗ

 ଲଡୁଗାଁ : ଗୋଟେ ପଟେ ବନ ମହୋତ୍ସବର  ମାହୋଲ। ଅନ୍ୟ ପଟେ  କଳାହାଣ୍ଡି ଜିଲ୍ଲାର ଗାରିମା ବୃଦ୍ଧି କରୁଥିବା ସବୁଜ ବନାନୀ ସାହାଜଖୋଲ ଏବେ କାଠ, ମକା ମାଫିଆ ସମେତ ଜବରଦଖଲକାରୀ ମାନଙ୍କ ଯୋଗୁଁ ନଷ୍ଟ ପ୍ରାୟ । ଏପରିସ୍ଥଳେ ବନ୍ୟଜନ୍ତୁ ଭୋକିଲା ଓ ବେସହାରା ହୋଇ ଭୟଭୀତ ଅବସ୍ଥାରେ ଗାଁ ମୁହାଁ ହେଉଛନ୍ତି । ଯାହାର ଏକ ଉଦାହରଣ ହେଉଛି ଗତକାଲି ଘଟିଥିବା ଘଟଣା। ସୂଚନାନୁଯାୟୀ କୋକସରା ବ୍ଲକ ଅନ୍ତର୍ଗତ ସର୍ଗିଗୁଡ଼ା ଜଙ୍ଗଲ ନିକଟରୁ ଗତ ବିଳମ୍ବିତ ରାତିରେ ଏକ ଭାଲୁ ଖାଦ୍ୟ ଅନ୍ୱେଷଣରେ ଆସି ଗାଁ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ  ପଡ଼ି ଯାଇଥିଲା। ସ୍ଥାନୀୟ ଲୋକେ ଏ ନେଇ ବେହେରା ସେକ୍ସନ ବନ ବିଭାଗକୁ ସୂଚନା ଦେଇଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି ନବରଙ୍ଗପୁର ଜିଲ୍ଲାରୁ ଉଦ୍ଧାରକାରୀ ଦଳକୁ ଡକାଇ ଗତ ବିଳମ୍ବିତ ରାତିରେ କୂଅରୁ କ୍ଷତାକ୍ତ ଅବସ୍ଥାରେ ଭାଲୁକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଆସିଥିଲେ । ଉଦ୍ଧାର କାର୍ଯ୍ୟ ସମୟରେ ଧର୍ମଗଡ ବନ ବିଭାଗ ଅଧିକାରୀ, କୋକସରା ପୁଲିସ ଉପସ୍ଥିତ ଥିଲେ। ଭାଲୁ କୂଅରେ ପଡ଼ିବା ଓ ଉଦ୍ଧାର କରିବା ଯେତିକି ଜରୁରୀ, ତା ଠାରୁ ଅଧିକ ସାହାଜଖୋଲର ସଂରକ୍ଷଣ ଜରୁରୀ  ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories