ପୌରାଞ୍ଚଳରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା
ଚୌଦ୍ୱାର : ଚୌଦ୍ୱାର ପୌରାଞ୍ଚଳରେ ହୋଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ସ୍ଥିତିି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପୌର ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ସୌଭିକ୍ ବିଶ୍ୱାଳ ଯୋଗଦେଇ ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ରେ ହୋଇଥିବା ରାସ୍ତା, ନାଳ, ଗୃହ ଆଦି ଉନ୍ନୟନ କାର୍ଯ୍ୟ ଗୁଡ଼ିକ ଉପରେ ସମୀକ୍ଷା କରିଥିଲେ। ପୌର ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ସହିତ ଉନ୍ନୟନ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବିଧାୟକ ଆଲୋଚନା କରିବା ସହିତ ବାକି ରହିଯାଇଥିବା କର୍ଯ୍ୟ ସବୁ ତୁରନ୍ତ ସାରିବାକୁ ପରାମର୍ଶ ଦେଇଥିଲେ। ୧୯ଟି ଯାକ ୱାର୍ଡ଼ରେ ହେଉଥିବା ବିଭିନ୍ନ କାର୍ଯ୍ୟକୁ ପୌରାଧ୍ୟକ୍ଷା, ବିଧାୟକଙ୍କ ପ୍ରତିନିଧି, ଯନ୍ତ୍ରୀ ଓ ସ୍ଥାନୀୟ କାଉନସିଲର ପରିଦର୍ଶନ କରି କାର୍ଯ୍ୟ ଗୁଡ଼ିକର ସମସ୍ୟା ତୁରନ୍ତ ସମାଧାନ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଏଥି ସହିତ ପୌରପାଳିକାରେ ରାସନ୍ ସାମଗ୍ରୀ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରି ଚଳିତ ମାସର ରାସନ୍ ସାମଗ୍ରୀ ହିତାଧିକାରୀ ମାନଙ୍କୁ ତୁରନ୍ତ ପ୍ରଦାନ କରିବାକୁ ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସହରାଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ନିମ୍ନ ମାନର ହେଉଥିବା ଜନସାଧାରଣ ବାରମ୍ବାର ଅଭିଯୋଗ କରୁଥିବା ପ୍ରକାଶ କରି ଏବେ ଠାରୁ ଯନ୍ତ୍ରୀ, ଅନୁଯନ୍ତ୍ରୀ ତଥା କର୍ମଚାରୀ ମାନେ କାର୍ଯ୍ୟ କ୍ଷେତ୍ରରେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିବାପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ବିଧାୟକ ପ୍ରତିନିଧି ବିଷ୍ଣୁ ଚରଣ ପରିଡ଼ା, ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ପୌର ଯନ୍ତ୍ରୀ ଶୁଭଶ୍ରୀ ବେହେରା, ସଂଜୟ ସାମଲ, ସମସ୍ତ କାଉନସିଲର, ପିଡ଼ିଏସ୍ ବିଭାଗର ବନ୍ଦିତା ସାହୁଙ୍କ ସମେତ ସମସ୍ତ ପୌର କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
Comments are closed.