www.samajalive.in
Monday, December 15, 2025
27.1 C
Bhubaneswar

ବିଷମ ପରିସ୍ଥିତିରେ ମଧ୍ୟ ଶାନ୍ତ ରୁହନ୍ତି ମୋଦୀ : ବେୟର ଗ୍ରିଲ୍ସ

ମୁମ୍ବଇ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଟିଳ ପରିସ୍ଥିତିରେ ମଧ୍ୟ ଶାନ୍ତ ଏବଂ ସନ୍ତୁଳିତ ରହିଥାଆନ୍ତି। କୌଣସି ପରିସ୍ଥିତି ତାଙ୍କୁ ବ୍ୟସ୍ତ ବିବ୍ରତ କରିପାରେ ନାହିଁ। ଡିସ୍କଭରୀ ଚ୍ୟାନେଲରେ ଏକ ଦୁଃସାହସିକ କାର୍ଯ୍ୟକ୍ରମ ପାଇଁ ମୋଦୀଙ୍କ ସହ ଶୁଟିଂ କରିବା ପରେ ଏପରି ମୋଦୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଲୋକପ୍ରିୟ ଶୋ’ ‘ମ୍ୟାନ୍‍ ଭର୍ସେସ ୱାଇଲ୍ଡ’ରେ ହୋଷ୍ଟ ବେୟର ଗ୍ରିଲ୍ସ। ମୋଦୀଙ୍କ ସହ ଗ୍ରିଲ୍ସଙ୍କ ଏହି ଏପିସୋଡ୍‍ ଅଗଷ୍ଟ ୧୨ରେ ପ୍ରସାରିତ ହେବ। ମୋଦୀଙ୍କ ସହ ଏହି କାର୍ଯ୍ୟକ୍ରମ କରିବା ପରେ ଟ୍ୱିଟରରେ ଗ୍ରିଲ୍ସଙ୍କ ଫଲୋୟର୍ସଙ୍କ ସଂଖ୍ୟା ବଢିଯାଇଛି ଏପରିକି ଏନେଇ ସେ ଟ୍ୱିଟରରେ ଶେୟାର କରିଥିବା ପୋଷ୍ଟ ତାଙ୍କ ନିୟମିତ ପୋଷ୍ଟଠାରୁ ୧୦୦୦ଗୁଣ ଅଧିକ ଥର ଲାଇକ୍‍ ଓ ରିଟ୍ୱିଟ୍‍ ହୋଇଛି।

ଏପିସୋଡ୍‍ ପ୍ରସାରିତ ହେବା ପୂର୍ବରୁ ଗ୍ରିଲ୍ସ ଏକ ସାକ୍ଷାତକାରରେ କହିିଛନ୍ତି ଯେ, ଜଣେ ବିଶ୍ୱସ୍ତରୀୟ ନେତା ହୋଇ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରତିକୂଳ ପରିସ୍ଥିତରେ ଖୁବ୍‍ ଶାନ୍ତ ରହିଥିଲେ। ସେ ଉତ୍ତରାଖଣ୍ଡର ଜିମ୍‍ କୋର୍ବେଟ୍‍ ନ୍ୟାସନାଲ୍‍ ପାର୍କରୁ ନିଜ ଯାତ୍ରା ଆରମ୍ଭ କରିଥିଲେ ଓ ସମ୍ପୂର୍ଣ୍ଣ ଯାତ୍ରା ସମୟରେ ସେ ସବୁ ସମସ୍ୟା ଓ ଖରାପ ପାଗର ସାହସିକତାର ସହ ସାମ୍ନା କରିଥିଲେ। ଯାତ୍ରା ସମୟରେ ଆମକୁ ଝଡ଼ ତୋଫାନ ଓ ବିଶାଳ ଜୁଆରର ସାମ୍ନା କରିବାକୁ ପଡ଼ିଥିଲା। ମୋଦୀଙ୍କ ପାଖରେ କୌଣସି ସ୍ୱତନ୍ତ୍ର ଦେହରକ୍ଷୀ ନଥିଲେ। ଆମ ଟିମ୍‍ ଅସ୍ତ ବ୍ୟସ୍ତ ହୋଇ ଜୁଆର ମଧ୍ୟରେ ଶୁଟିଂ କରୁଥିବା ବେଳେ ମୋଦୀ ବହୁତ ଶାନ୍ତ ଥିଲେ।

- Advertisement -

ଗ୍ରିଲ୍ସ ପୁନଶ୍ଚ କହିଛନ୍ତି, ତାଙ୍କର ଗୋଟିଏ ଗୁଣ ମୋତେ ବହୁତ ପ୍ରଭାବିତ କରିଛି, ତାହା ହେଉଛି ତାଙ୍କ ବିନମ୍ରତା। ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ଏପିସୋଡ଼ରେ ମୋଦୀଙ୍କର ଭିନ୍ନ ଏକ ରୂପ ଦେଖିବାକୁ ମିଳିବ ଯାହା ଆଗରୁ କେବେ ଦେଖିବାକୁ ମିଳିନାହିଁ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories