www.samajalive.in
Saturday, December 13, 2025
14.1 C
Bhubaneswar

ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନ ; କଂଗ୍ରେସ ଓ ବିଜେଡି ଉପରେ ବର୍ଷିଲେ ଶିବରାଜ

ଭୁବନେଶ୍ବର : ରାଜ୍ୟ ବିଜେପି ପକ୍ଷରୁ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ସଦସ୍ୟତା ଅଭିଯାନର ମୁଖ୍ୟ ଶିବରାଜ ସିଂହ ଚୌହ୍ୱାନ ଶନିବାର ଖୋର୍ଦ୍ଧାରୁ ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ସେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି। କାଶ୍ମୀର ପ୍ରସଙ୍ଗ ମଧ୍ୟ ଉଠାଇ ଏଥିପାଇଁ ସେ ପଣ୍ଡିତ ନେହେରୁ ଦାୟୀ ବୋଲି କହିଛନ୍ତି ।  ନେହେରୁଙ୍କ ଭୁଲ ପାଇଁ କାଶ୍ମୀରବାସୀ ଦୁର୍ଦଶା ଭୋଗୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। କଂଗ୍ରେସରେ ନା ନେତା ଅଛନ୍ତି, ନା ନୀତି ଅଛି ବୋଲି ସେ ତାତ୍ସଲ୍ୟ କରିଛନ୍ତି।  ଉପା ଶାସନ ସମୟରେ ପ୍ରଧାନମନ୍ତ୍ରୀ ବିଦେଶ ଗଲେ ସମ୍ମାନ ପାଉ ନଥିଲେ । କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତ ସମୟରେ ୧୩୦ କୋଟି ଭାରତୀୟ ସମ୍ମାନ ପାଉଛନ୍ତି ।

- Advertisement -

ଅନ୍ୟ ପକ୍ଷରେ ଶାସକ ଦଳ ବିଜେଡିକୁ ଟାର୍ଗେଟ କରି, ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନର ମୁଖା ପିନ୍ଧିଥିବା ବେଳେ ପାଣ୍ଡିଆନ ଶାସନ କରୁଛନ୍ତି ବୋଲି ଶିବରାଜ କହିଛନ୍ତି । ରାଜ୍ୟ ସରକାରଙ୍କୁ ପରିବର୍ତ୍ତନ କରିବା ପାଇଁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି । ଓଡ଼ିଶାକୁ  ୨୦ ବର୍ଷ ଶାସନ କରିବା ପରେ ମଧ୍ୟ ନବୀନ ଆଜି ଓଡିଆ କହିପାରୁ ନାହାନ୍ତି । ନବୀନଙ୍କ ସ୍ଥାନରେ ଗୋଟିଏ ପଥର ଥୋଇଥିଲେ ସିଏ ଓଡିଆ କହି ଜାଣନ୍ତାଣି ବୋଲି ସେ ସମାଲୋଚନା କରିଛନ୍ତି।

ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସଦସ୍ୟତା ସଂଗ୍ରହ ଅଭିଯାନ ଚାଲିବ ବୋଲି ଜଣାପଡିଛି।  ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ସାଂସଦ  ଅପରାଜିତା ଷଡଙ୍ଗୀଙ୍କ ସମେତ ଦଳୀୟ ବିଧାୟକ ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories