ବଡ଼ଖବର:
# ଜାମ୍ମୁ କାଶ୍ମୀରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ଜୀବନଯାତ୍ରା, ଜମ୍ମୁ ଡିଭିଜନ୍ର ୫ଟି ଜିଲ୍ଲାରୁ ୧୪୪ ଧାରା ସମ୍ପୂର୍ଣ୍ଣ ଉଠାଇ ନିଆଯାଇଛି।
# ପୁଞ୍ଛ୍, ରାଜୌରୀ, ଡୋଡା, କିସ୍ତ୍ୱାଡ଼୍ ଓ ରମ୍ବନ୍ ଜିଲ୍ଲାରେ ୧୪୪ ଧାରା ବଳବତ୍ତର ରହିଛି।
# ଜମ୍ମୁ ଓ କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ୍ ବିଭିନ୍ନ ଡାକ୍ତରଖାନା ବୁଲି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
# ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ନେସନାଲ କନଫରେନ୍ସ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଜାମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମ ୨୦୧୯କୁ ଅସାମ୍ବିଧାନିକ ଘୋଷଣା କରିବାକୁ ଆବେଦନ କରାଯାଇଛି।
# ଭାରତୀୟ ସମ୍ବିଧାନର ଢାଞ୍ଚା ଅଧୀନରେ ଜମ୍ମୁ ଓ କାଶ୍ମୀରକୁ ଦୁଇଟି ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି ବୋଲି ରୁଷ୍ କହିଛି।
# କଂଗ୍ରେସ ଅଧ୍ୟକ୍ଷ ଚୟନ ନେଇ ଆଜି ପୂର୍ବାହ୍ନରୁ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି।
# ସମାଜବାଦୀ ପାର୍ଟି (ଏସପି)ର ପୂର୍ବତନ ରାଜ୍ୟସଭା ସାଂସଦ ସଂଜୟ ସେଠ ଏବଂ ସୁରେନ୍ଦ୍ର ସିଂହ ନାଗର ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି।
# ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡୁ ଆଜି ଏମ୍ସ୍ ଯାଇ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଶ୍ରୀ ଜେଟ୍ଲୀ ବିଭିନ୍ନ ବିଭାଗର ଏକ ଡାକ୍ତରୀ ଦଳର ତତ୍ତ୍ୱାବଧାନରେ ଆଇ.ସି.ୟୁ.ରେ ଚିକିତ୍ସାଧୀନ ଅଛନ୍ତି।
# ଗୁଜୁରାଟ ଖେଡା ଜିଲା ନାଡିଆଡ ସହରରେ ପ୍ରବଳ ବର୍ଷା ଯୋଗୁଁ ଗତ ବିଳମ୍ବିତ ରାତିରେ ଏକ ୩ ମହଲା କୋଠା ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୫ ଜଣ ଗୁରୁତର ହୋଇଛନ୍ତି।
# ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବୃଦ୍ଧି ପାଉଛି, ଆସନ୍ତା ୧୪ ତାରିଖରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବା ସମ୍ଭାବନା
ଆଞ୍ଚଳିକ:
# ବରଗଡ଼ ଜିଲା ପାଣିମୋରା ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କ ଆଜି ୯୪ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ବିଭିନ୍ନ ମହଲରେ ଶୋକ
# ରାଜ୍ୟରେ ଦୈନନ୍ଦିନ ବିଦ୍ୟୁତ୍ ଅଭାବ ୨ ହଜାର ୬୦ ମେଗାୱାଟରେ ପହଞ୍ଚିଛି। ବିଦ୍ୟୁତ୍ ଶକ୍ତି କ୍ଷେତ୍ରରେ ବଳକା ରାଜ୍ୟ ଭାବେ ପରିଚିତ ଓଡ଼ିଶାରେ କମ୍ ବର୍ଷା ଯୋଗୁଁ ଚଳିତବର୍ଷ ଏହି ଅଭାବ ଦେଖାଦେଇଛି।
# ସୁବର୍ଣ୍ଣପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ନେଇ ସ୍ଥାନୀୟ ଜିଲ୍ଲା ଆଇନଜୀବୀ ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହୋଇଛି
# ନବରଙ୍ଗପୁର ଜିଲ୍ଲାରେ ପହଞ୍ଚି ସେଠାକାର ବନ୍ୟା କ୍ଷୟକ୍ଷତି ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି।
# ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବୃଦ୍ଧି ପାଉଛି
# ଆସନ୍ତା ୧୪ ତାରିଖରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବା ସମ୍ଭାବନା
# ଆସନ୍ତା ୧୨ ତାରିଖ ମଧ୍ୟରେ ଆଉ ଏକ ଲଘୁଚାପ। ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ସମ୍ଭାବନା
# ଆଜିଠାରୁ ଶ୍ରୀଜଗନ୍ନାଥଙ୍କର ଝୁଲଣ ଯାତ୍ରା ଆରମ୍ଭ ହୋଇଛି।
# ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ସନ୍ଧ୍ୟା ଆଳତି ହେବା ପରେ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ ଓ ଶ୍ରୀଦେବୀ ମୁକ୍ତିମଣ୍ଡପ ନିକଟରେ ନିର୍ମିତ ସୁସଜ୍ଜିତ ଝୁଲଣ କୁଞ୍ଜକୁ ବିଜେ କରିବେ। ଏହି ଝୁଲଣ ଯାତ୍ରା ୭ଦିନ ଯାଏଁ ଚାଲିବ।
ଜାତୀୟ:
# ଜାମ୍ମୁ କାଶ୍ମୀରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ଜୀବନଯାତ୍ରା, ଆଜକୁ ୬ ଦିନ ହେଲା ଜାମ୍ମୁ-କାଶ୍ମୀରରେ ପରିସ୍ଥିତି ଶାନ୍ତ ରହିଛି।
# ଜମ୍ମୁ ଡିଭିଜନର ୫ଟିଯାକ ଜିଲ୍ଲାରୁ ୧୪୪ ଧାରା ଉଠାଇ ନିଆଯାଇଥିଲାବେଳେ ଡୋଡା ଓ କିସ୍ତିୱାଡ଼ ଜିଲ୍ଲାରେ ସାନ୍ଧ୍ୟ ଆଇନକୁ କୋହଳ କରାଯାଇଥିବାରୁ ଦୈନନ୍ଦିନ ଜୀବନଯାତ୍ରା ଧୀରେ ଧୀରେ ସ୍ୱାଭାବିକ ହେଉଛି।
# ପୁଞ୍ଛ୍, ରାଜୌରୀ, ଡୋଡା, କିସ୍ତ୍ୱାଡ଼୍ ଓ ରମ୍ବନ୍ ଜିଲ୍ଲାରେ ୧୪୪ ଧାରା ବଳବତ୍ତର ରହିଛି। ପ୍ରଶାସନ ପକ୍ଷରୁ ଅଗଷ୍ଟ ମାସର ଆଗୁଆ ଦରମା ଦିଆଯାଇଛି।
# ଇଦ୍ ପର୍ବ ପାଇଁ ବହୁସଂଖ୍ୟାରେ ଶ୍ରମିକ ନିଜ ନିଜ ଘରକୁ ଫେରିବାକୁ ଚାହୁଁଥିବାରୁ ଉଦ୍ଧମ୍ପୁର ଓ ଜମ୍ମୁ ରେଳଷ୍ଟେସନରେ ସ୍ୱତନ୍ତ୍ର ଟ୍ରେନରେ ଅଧିକ ବଗି ଖଞ୍ଜାଯାଇଛି।
# ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡୁ ଆଜି ଏମ୍ସ୍ ଯାଇ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଶ୍ରୀ ଜେଟ୍ଲୀ ବିଭିନ୍ନ ବିଭାଗର ଏକ ଡାକ୍ତରୀ ଦଳର ତତ୍ତ୍ୱାବଧାନରେ ଆଇ.ସି.ୟୁ.ରେ ଚିକିତ୍ସାଧୀନ ଅଛନ୍ତି।
# ଦିଲ୍ଲୀ ସରକାରଙ୍କ ଦ୍ୱାରା ତୁଗଲକାବାଦସ୍ଥିତ ଶ୍ରୀ ଗୁରୁ ରବିଦାସ ମହାରାଜ ଜୀ’ଙ୍କ ମନ୍ଦିର ଭଙ୍ଗାକୁ ପଞ୍ଜାବରେ ବିରୋଧ କରାଯାଇଛି। ଐତିହାସିକ ତୀର୍ଥସ୍ଥଳର ମାନ୍ୟତା ପାଇଥିବା ମନ୍ଦିର ଭଙ୍ଗାକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି, ଏହାକୁ ନେଇ ପଞ୍ଜାବର ବିଭିନ୍ନ ସ୍ଥାନରେ ଲୋକେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଛନ୍ତି।
# ଦେଶର ବିଭିନ୍ନ ଅଞ୍ଚଳରେ ମୁଷଳ ଧାରାରେ ବର୍ଷା ଜାରି ରହିଛି, ଅନ୍ୟପକ୍ଷରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜୋର୍ସୋର୍ରେ ଚାଲିଛି।
# କର୍ଣ୍ଣାଟକରେ ବର୍ଷା ଓ ବନ୍ୟାଦ୍ୱାରା ୧୪ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି। ଜଳମଗ୍ନ ଥିବା ଗାଁଗୁଡ଼ିକରୁ ୨ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପାଖାପାଖି ଦେଢ଼ ଲକ୍ଷ ଲୋକ ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି।
# କେରଳରେ ମୁଷଳଧାରାରେ ବର୍ଷା ଯୋଗୁଁ ମାଟି ଅତଡ଼ା ଖସିବାଦ୍ୱାରା ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ୭ଟି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି, ୬୪ହଜାର ଲୋକ ୭୩୮ଟି ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି। ୧୪ଟି କେନ୍ଦ୍ରୀୟ ଦୁର୍ବିପାକ ବାହିନୀକୁ ମୁତୟନ କରାଯାଇଛି।
# ମହାରାଷ୍ଟ୍ରର କୋହ୍ଲାପୁର ଓ ସାଙ୍ଗ୍ଲି ଜିଲ୍ଲାରେ ପଞ୍ଚଗଙ୍ଗା ଓ କ୍ରିଷ୍ଣା ନଦୀ ଜଳପତନ ସାମାନ୍ୟ କମିଥିଲେ ମଧ୍ୟ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ରହିଛି। ବନ୍ୟାବିପନ୍ନମାନଙ୍କ ପାଇଁ ରାଜ୍ୟର ପଶ୍ଚିମାଞ୍ଚଳ ସମେତ ଅନ୍ୟାନ୍ୟ ଅଞ୍ଚଳରେ ସହାୟତା ରାଶି ବାଣ୍ଟିବାପାଇଁ ଜିଲ୍ଲାପାଳମାନଙ୍କୁ ୧୫୪କୋଟି ଟଙ୍କା ଦିଆଯାଇଛି ବୋଲି ସରକାର କହିଛନ୍ତି।
# ଗୁଜୁରାଟ ଖେଡା ଜିଲା ନାଡିଆଡ ସହରରେ ପ୍ରବଳ ବର୍ଷା ଯୋଗୁଁ ଗତ ବିଳମ୍ବିତ ରାତିରେ ଏକ ୩ ମହଲା କୋଠା ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୫ ଜଣ ଗୁରୁତର ହୋଇଛନ୍ତି।
ଅନ୍ତର୍ଜାତୀୟ :
# ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ ତାରିଖ ଦିନ ଭୁଟାନ୍ ଗସ୍ତରେ ଯିବେ। ତାଙ୍କର ଏହି ଦୁଇଦିନିଆ ଗସ୍ତକାଳରେ ଶ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଆହୁରି ମଜବୁତ କରିବାପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ।
# ଭାରତୀୟ ସମ୍ବିଧାନର ଢାଞ୍ଚା ଅଧୀନରେ ଜମ୍ମୁ ଓ କାଶ୍ମୀରକୁ ଦୁଇଟି ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି ବୋଲି ରୁଷ୍ କହିଛି।
# ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ନେଇ କେତେକ ଇସ୍ଲାମିକ୍ ସଙ୍ଗଠନ ପକ୍ଷରୁ ବାଂଲାଦେଶରେ କାଁ ଭାଁ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ବାଂଲାଦେଶ ରାପିଡ଼୍ ଆକ୍ସନ୍ ବାଟାଲିୟନ୍(ଆର୍ଏବି) ଚେତାବନୀ ଜାରି କରିଛି ।
# ଭାରତ ସମେତ ସାରା ବିଶ୍ୱର ପ୍ରାୟ ୨୦ ଲକ୍ଷ ମୁସଲ୍ମାନ ଆଜି ସାଉଦି ଆରବରେ ହଜ୍ ତୀର୍ଥ ଯାତ୍ରା ସମ୍ପନ୍ନ କରିବେ।



